ଓଡ଼ିଆ ଅସ୍ମିତା ରେ ପ୍ରଭୁ ଜଗନ୍ନାଥ

ଓଡ଼ିଆ ଅସ୍ମିତା ରେ ପ୍ରଭୁ ଜଗନ୍ନାଥ

ଓଡିଶା କହିଲେ ବୁଝଇ ସାରା ଜଗତ
ତୋତେ ହିଁ ଜାଣନ୍ତି ଏକା ପ୍ରଭୂ ଜଗନ୍ନାଥ,

ଓଡିଆ ଅସ୍ମିତା ଅଟଇ ତୋ ଶ୍ରୀମନ୍ଦିର
ପବିତ୍ର ହୁଏ ମୁଁ ପାଦଦେଲେ ସିଂହଦ୍ଵାର,

ଓଡିଆ ଜାତିର ଗର୍ବ ତୋ ରଥଯାତରା
କାହିଁ କେତେଦୂରୁ ଆସନ୍ତି ଭକତ ପରା,

ଓଡିଆ ଜାତି ମହୋଦଧିରେ କରି ସ୍ନାନ
ରତ୍ନ ସିଂହାସନରେ କରେ ତୁମ୍ଭ ଦର୍ଶନ

ଓଡିଆର ପରିଚୟ ନାହିଁ ତୋର ବିନା
ଦୁରରୁ କରେ ଦର୍ଶନ ନୀଳଚକ୍ର ବାନା,

ଓଡ଼ିଆ ଜାତିର ଅଟୁ ତୁ ବଡ ଠାକୁର
ବଡ ପୁଣି ତୋର ଦାଣ୍ଡ ଓ ନୀଳକନ୍ଦର

ଓଡ଼ିଆଙ୍କ ଭୋକ ମେଣ୍ଟାଏ ମହାପ୍ରସାଦ,
ତୋ ବିନା ହଲେନି ପବନ କି ମେଘନାଦ,

ଓଡ଼ିଆର ନାହିଁ ପରିଚୟ ବିନା ତୋର
ସାରା ଜଗତ ତୋର ନାଁରେ ହୁଏ ଉଦ୍ଧାର।

କବି – ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ
କୋଣାର୍କ, ମୋ -୯୧୭୮୦୫୦୭୦୩

Leave a Reply

Your email address will not be published. Required fields are marked *