ଶିଶୁ କବିତା – ବରଷା ରାଣୀ

ଶିଶୁ କବିତା – ବରଷା ରାଣୀ

ଧାରା ଶିରାବଣ ମାସ ଆସିଲା।
ବରଷା ରାଣୀ ଏବେତ ହସିଲା।।

ଚଷା ଭାଇ ଟା ମନ ହରସରେ ।
ନାଚି ନାଚି ଗୀତ ଗାଇ ଯାଏ ରେ।।

ଆକାଶରେ ମେଘ ସାଥେ ଘଡଘଡି।
ବିଜୁଳି ସାଙ୍ଗରେ ଆସେ ଚଡ ଚଡି।।

କୁନା ଘର ପାଖେ ଯାଉଛି ପାଣି।
ଡ଼ଙ୍ଗା କରି କୁନା ଭସାଇଲାଣି।।

କାଗଜ ଡଙ୍ଗା ଯାଏ ରେ ଭାସି।
କୁନାର ମନରେ ଅନେକ ଖୁସି।।

ପୋଖରୀ ଜଳରେ ଫୁଲି ଉଠିଲା।
ନଦୀ ନାଳ ଜଳ ପ୍ରବଳ ହେଲା।।

ଛତା ଦୋକାନରେ ଭିଡ ଲାଗିଲା।
କୁନା ଛତା ଧରି ସ୍କୁଲକୁ ଆସିଲା।।

ଛତା ଧରି ଆସନ୍ତି ସମସ୍ତ ସାଙ୍ଗ।
କୁନାର ଛତାଟି ରଙ୍ଗବେରଙ୍ଗ।

ବରଷା ଦିନଟି ବେଶି ଖୁସି ଲାଗେ।
ଆମ ବିଦ୍ୟାଳୟ ସାଙ୍ଗ ସାଥି ସଙ୍ଗେ।।

ଛତା ଧରି ଆମେ ଡଙ୍ଗା ଭସାଉ।
ଗରମ ଗରମ ମୁଢ଼ି ବସି ଖାଉ।।

ବରଷା ଦିନଟି ଭଲ ଲାଗଇ।
ବରଷକୁ ଥରେ ସେ ଆସୁଥାଇ।।

କେ ତ୍ରିମୁଲା ଆଚାରୀ
ହିଞ୍ଜିଳିକାଟୁ, ଗଞ୍ଜାମ
ଓଡ଼ିଶା।
୬୩୭୨୪୮୧୨୩୩

Leave a Reply

Your email address will not be published. Required fields are marked *