ପ୍ରମିଳାଙ୍କ ଘର ଛଡ଼େଇନେଲା ଲଗାଣ ବର୍ଷା

କେନ୍ଦୁଝର– ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେବଣା ପଳାସପାଳ ପଞ୍ଚାୟତ ପଥରଗଡା ଗ୍ରାମ ରେ ବାସ କରନ୍ତି ଗରିବ ମହିଳା ପ୍ରମିଳା ଆରୁକ । ମାତ୍ର ଗତ ଲଗାଣ ବର୍ଷା ତାଙ୍କ ଘର ଛଡାଇ ନେଇ ତାଙ୍କୁ ବେଘର କରିପକାଇଛି । ବର୍ଷା ପାଣି ରେ ତାଙ୍କ ଚାଳ ଛପର ଘରଟି ଭୁଶୁଡି ପଡିଛି । ଦୁଇ ଦିନ ଧରି ରୋଷେଇ ବାସ କରି ନ ପାରିବାରୁ ଭୋକ ଉପାସରେ ରହିଛନ୍ତି । ଘର ଭୁଶୁଡି ପଡିବାରୁ ତାଙ୍କ ଘରେ ଥିବା ଧାନ ଚାଉଳ ,ଆସବାବପତ୍ର ଓ ରୋଷେଇ ସାମଗ୍ରୀ ନଷ୍ଟ ହୋଇ ଯାଇଛି । ତେଣୁ ତାଙ୍କୁ ରହିବା ଓ ଖାଇବା ବନ୍ଦୋବସ୍ତ କରିବା ପାଇଁ ସେ ପ୍ରଶାସନ ନିକଟ ରେ ଗୁହାରୀ କରିଛନ୍ତି । ଏହି ଘଟଣା ପରେ ଏଠି ପ୍ରଶ୍ନ ଉଠେ ଯେ ସରକାର ଦେଉଥିବା ଆବାସ ଗୃହ କାହାପାଇଁ ,କଣ ବଡ଼ ବଡ଼ିଆ ଙ୍କ ପାଇଁ କି ? ତେବେ ଗରିବ ମହିଳା ପ୍ରମିଳା ଆରୁକ ଙ୍କ ପାଇଁ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *