ପ୍ରେମ
“ପ୍ରେମ`
ପ୍ରେମ ଏକ ଏମିତି ଦାମି ଜିନିଷ
ଏ ଦାମି ଜିନିଷ କୁ ଦରକାର ଟିକେ ବିଶ୍ୱାସ
ବିଶ୍ୱାସ କୁ ନେଇ ଚାଲୁଛି ମୁଁ ବାଟ
ଦୟାକରି କେବେ ଛାଡ଼ିବନି ମୋ ହାତ
ଆମର ଏ ଅଜବ ସମ୍ପର୍କ
କେବେ ଋଷା ତ କେବେ ରାଗ,
ତୁମର ସେ ରାଗ ମୁହଁ ରେ ବି
ମୁଁ ଖୋଜିଦିଏ ମୋ ପାଇଁ ପ୍ରେମ ।
ଅଜଣା ନୁହଁ ତୁମେ ମୋ ପାଇଁ
ପାଲଟିଛ ମୋ ଜୀବନ
କଥା ରହିଲା ମାଗିବ ଯଦି
ଦେବି ମୋ ଜୀବନ
ନିଃଶ୍ୱାସ ଚାଲୁଛି ତୁମ ପାଇଁ
ଆଉ ମୋର ସବୁ ଅସୁମାରୀ ସ୍ବପ୍ନ ବି ତୁମ ପାଇଁ,
ଜାଣିନି ଏ ସ୍ବପ୍ନ ପୁରା ହେବ କି ନାହିଁ
କିନ୍ତୁ ତୁମେ ମୋର କାଳ କାଳ ପାଇଁ

ହିମାଦ୍ରି ମେହର (reporter)
