ସୁଭଦ୍ରା ଯୋଜନା ପାଇଁ ଭଦ୍ରକ ଜିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ମିଳନୀ ।

ସୁଭଦ୍ରା ଯୋଜନା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ । ଶେଷ ଯୋଗ୍ୟ ହିତାଧିକାରୀ ଫର୍ମ ଦାଖଲ ଓ ଟଙ୍କା ପାଇବା ଯାଏ କଲ ସେଣ୍ଟର ଖୋଲା ରହିବ । ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ନିଜ ହାତରେ ଦେଇ ଉଦଘାଟନ କରିବେ । ତା’ ପରେ ବି ଆବେଦନ ଚାଲୁ ରହିବ । ଅଙ୍ଗନବାଡି କେନ୍ଦ୍ରରୁ ଫର୍ମ ଆଣି ଆଧାର କେନ୍ଦ୍ରରେ ଦାଖଲ କରିବେ । ଏଥିପାଇଁ କୈାଣସି ଟଙ୍କା ଦେବାକୁ ପଡିବ ନାହିଁ । ଏହି ସୁଭଦ୍ରା ଯୋଜନା ବିଷୟରେ ବୁଝିବା ପାଇଁ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି । ଗହଳିକୁ ଦୃଷ୍ଟିରେ ରଖି ମୋ ସେବା କେନ୍ଦ୍ରରେ ଫର୍ମ ସଂଗ୍ରହର ବ୍ୟବସ୍ଥା କରା ଯାଇଛି । ଲୋକମାନଙ୍କୁ ସଚେତନ କରିବା ପାଇଁ ଆସନ୍ତି ୭ ତାରିଖ ଗଣେଶ ପୂଜା ଦିନ ପ୍ରଶାସନ ପକ୍ଷରୁ ସଚେତନତା ରଥ ବାହାରିବ । ଏହି ରଥ ସୁଭଦ୍ରା ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ବୋଲି ଆଜି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ

Leave a Reply

Your email address will not be published. Required fields are marked *