୧୩ ରେ ୭୧ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଂଟିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୩ ଏପ୍ରିଲ୧୦:୩୦ ପୂର୍ବାହ୍ନରେ ନୂତନ ଭାବରେ ନିଯୁକ୍ତ କର୍ମଚାରୀଙ୍କୁ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଂଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିବେ ।ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ । ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ କର୍ମଚାରୀମାନେ ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଂଟାଂଟ, ଡାକ ସହାୟକ, ଇନକମ୍ ଟାକ୍ସ ଇନସପେକ୍ଟର ପରି ବିଭିନ୍ନ ପଦ ପଦବୀରେ ଯୋଗଦେବେ । ଏହା ସହି ତରହିଛି ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଂଟ, ସିନିୟର ଡ୍ରଟସମ୍ୟାନ୍, ଜେଇ ସୁପରଭାଇଜର, ଆସିଷ୍ଟାଂଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିଆନ୍, ନର୍ସ, ପ୍ରୋବେସନାରୀ ଅଫିସର, ପିଏ, ଏମଟିଏସ ଓ ଆହୁରି ଅନେକ । ନୂତନ ଭାବେ ନିଯୁକ୍ତ ନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ, ଯାହା ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଏକ ଅନଲାଇନ୍ ଓରିଏେଂଟସନ୍ ପାଠ୍ୟକ୍ରମ ଅଟେ ।
