କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ଦାବୀରେ ପ୍ରତିବାଦ ସଭା।

କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ଦାବୀରେ ପ୍ରତିବାଦ ସଭା।ଦେଶ ସ୍ୱାଧିନ ହେବାର ୭୭ବର୍ଷ ପରେ କନ୍ଧମାଳବାସୀ ରେଳ ସଂଯୋଗରୁ ବଞ୍ଚିତ ହେବା ଦୁର୍ଭାଗ୍ୟ ର ବିଷୟ।କନ୍ଧମାଳ ଜିଲା ସଦର ମହକୁମାକୁ ରେଳ ସଂଯୋଗ ପାଇଁ ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦେବ ମଣ୍ଡପ ଏଫସିଆଇ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।୧୯୭୮ମସିହାରୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରକୁରେଳ ସଂଯୋଗ ନେଇ ଦାବୀ ହୋଇ ଆସୁଛି।ଇତି ମଧ୍ୟରେ ରେଳ ବିଭାଗ ଦୁଇ ବର୍ଷ ପୂର୍ବରୁ କାର୍ଯ୍ୟ କୁ ତ୍ୱରାନ୍ୱିତ କରି ଅର୍ଥ ମଞ୍ଜୁର କରିଥିଲେ।କିନ୍ତୁ ହଠାତ ଗତ ୨୦୨୩-୨୪ରେ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥର ଅଗ୍ରଗତି ହେବା ପରିବର୍ତ୍ତେ ରେଳ ବିଭାଗ ୱେବସାଇଟରୁ ଉଭାନ ହୋଇଗଲା।ଯାହା ଫଳରେ କନ୍ଧମାଳବାସୀ ରେଳ ସଂଯୋଗରୁ ବଞ୍ଚିତ ହେବେ ଆଶା।ନୂତନ ରେଳପଥ ପାଇଁ ଓଡ଼ିଶାର ସର୍ଭେ ଦାୟିତ୍ୱ ନେଇଥିବା ଓରିଡିଲ ସଂସ୍ଥା କାହିଁକି ଫୁଲବାଣୀ ସହରକୁ ବାଦ ଦେଇ ଡିପିଆର ପ୍ରସ୍ତୁତ କଲେ ସେଥିପାଇଁ ରେଳ ମନ୍ତ୍ରଣାଳୟ ଫୁଲବାଣୀକୁ ସାମିଲ କରି ପୁନଃ ଡିପିଆର ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲା ଠାରେ ଘୋଷଣା କରିଥିଲେ।ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତି ଜିଲା ମୁଖ୍ୟାଳୟକୁ ରେଳ ସଂଯୋଗ ହେବାପାଇଁ ନିର୍ଦ୍ଦେଶ ଦେବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ।କିନ୍ତୁ ଇତି ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଓରିଡିଲ ଫୁଲବାଣୀକୁ ରେଳ ସଂଯୋଗ ନେଇ ଡିପିଆର ପ୍ରସ୍ତୁତ କରି ରେଳ ମନ୍ତ୍ରଣାଳୟକୁ ପଠାଉ ନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଛି।ତାଳଚେର ଲଞିଗଡ ଭାୟା ବାଲିଗୁଡା ଫୁଲବାଣୀ ରେଳପଥ ତ୍ୱରାନ୍ୱିତ ପାଇଁ ଆଲୋଚନା ହୋଇଥିଲା।ଓରିଡିଲ ଉପରେ ଚାପ ପକାଇବାକୁ ରେଳ ମନ୍ତ୍ରଣାଳୟକୁ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ ନ କଲେ କନ୍ଧମାଳ ଜିଲ୍ଲାରେ ଲୋକମାନେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।ଏହି ଅବସରରେ ଫୁଲବାଣୀ ସମେତ ଖଜୁରୀପଡା,ଫିରିଙ୍ଗିଆ,ଜି ଉଦୟଗିରି ଓ ଟିକାବାଲି ବ୍ଲକର ପ୍ରତିନିଧି ମାନେ ବୈଠକରେ ଯୋଗ ଦେଇ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ନେଇ ବହୁମୂଲ୍ୟ ପରାମର୍ଶ ଦେଇଥିଲେ।

ଏହି ଅବସରରେଆଇନଜୀବୀ ଭି ଭି ରାମଦାସଙ୍କ ସହ ଭଗବାନ ମହାନ୍ତି, ପ୍ରତାପ ପାତ୍ର,ବିରଜା ନାହାକ,ରମେଶ ମହାନ୍ତି,ବିଜୟକୃଷ୍ଣ ପଟନାୟକ, ନବୀନ କିଶୋର ପଣ୍ଡା, ଡ ଅରୁପ ଜେନା,ସୁନୀଲ ପଟନାୟକ, ପ୍ରଶନ୍ନ କୁମାର ସ୍ୱାଇଁ,ରାଧାମୋହନ ମହାପାତ୍ର, ପ୍ରଣବ ମଣ୍ଡଳ,ବ୍ରଜ ପଟନାୟକ,ପଦ୍ମଚରଣ ସ୍ୱାଇଁ,ପ୍ରିୟ ରଞନ ଚୌଧୁରୀ, ପରେଶ ମହାପାତ୍ର, ବଂଶୀଧର ପଣ୍ଡା, ପିତାମ୍ବର ସାହୁ,ମହମ୍ମଦ ଜିଆଉଦ୍ଦୀନ,ଶ୍ରବଣ ଦିଗାଲ,ହରିଶଙ୍କର ରାଉତ,ଶିବରାମ ନାୟକ,ସତ୍ୟପ୍ରିୟ ମହାନ୍ତି, ପ୍ରଶାନ୍ତ କୁମାର ପ୍ରଧାନ,ତ୍ରିନାଥ ବେହେରା, ନବ କିଶୋର ରଥ,ଅମୀୟ ଦାସ,ସଞିତ ମଣ୍ଡଳ,ବିକାଶ ମହାନ୍ତି, ମୋହନ ପ୍ରଧାନ, ପିତାମ୍ବର ସାହୁ,ଅମୀୟ କୁମାର ଦାସ,କେ ଞାନ ଡୋରା,କୃଷ୍ଣ ମିଶ୍ର,ପ୍ରମୋଦ ସାହୁ,କ୍ଷୀରୋଦ ସାହାଣୀ,ମଞୁଳା ପାଣିଗ୍ରାହୀ ଓ କମଳାକାନ୍ତ ପାଣ୍ଡେ ପ୍ରମୁଖ ଯୋଗ ଦେଇ ବହୁମୂଲ୍ୟ ନିଷ୍ପତ୍ତି ନେଇଥିଲେ।ଦେଶ ସ୍ୱାଧିନ ହେବାର ୭୭ବର୍ଷ ପରେ କନ୍ଧମାଳବାସୀ ରେଳ ସଂଯୋଗରୁ ବଞ୍ଚିତ ହେବା ଦୁର୍ଭାଗ୍ୟ ର ବିଷୟ।କନ୍ଧମାଳ ଜିଲା ସଦର ମହକୁମାକୁ ରେଳ ସଂଯୋଗ ପାଇଁ ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦେବ ମଣ୍ଡପ ଏଫସିଆଇ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

୧୯୭୮ମସିହାରୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରକୁରେଳ ସଂଯୋଗ ନେଇ ଦାବୀ ହୋଇ ଆସୁଛି।ଇତି ମଧ୍ୟରେ ରେଳ ବିଭାଗ ଦୁଇ ବର୍ଷ ପୂର୍ବରୁ କାର୍ଯ୍ୟ କୁ ତ୍ୱରାନ୍ୱିତ କରି ଅର୍ଥ ମଞ୍ଜୁର କରିଥିଲେ।କିନ୍ତୁ ହଠାତ ଗତ ୨୦୨୩-୨୪ରେ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥର ଅଗ୍ରଗତି ହେବା ପରିବର୍ତ୍ତେ ରେଳ ବିଭାଗ ୱେବସାଇଟରୁ ଉଭାନ ହୋଇଗଲା।ଯାହା ଫଳରେ କନ୍ଧମାଳବାସୀ ରେଳ ସଂଯୋଗରୁ ବଞ୍ଚିତ ହେବେ ଆଶା।ନୂତନ ରେଳପଥ ପାଇଁ ଓଡ଼ିଶାର ସର୍ଭେ ଦାୟିତ୍ୱ ନେଇଥିବା ଓରିଡିଲ ସଂସ୍ଥା କାହିଁକି ଫୁଲବାଣୀ ସହରକୁ ବାଦ ଦେଇ ଡିପିଆର ପ୍ରସ୍ତୁତ କଲେ ସେଥିପାଇଁ ରେଳ ମନ୍ତ୍ରଣାଳୟ ଫୁଲବାଣୀକୁ ସାମିଲ କରି ପୁନଃ ଡିପିଆର ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲା ଠାରେ ଘୋଷଣା କରିଥିଲେ।ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତି ଜିଲା ମୁଖ୍ୟାଳୟକୁ ରେଳ ସଂଯୋଗ ହେବାପାଇଁ ନିର୍ଦ୍ଦେଶ ଦେବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ।କିନ୍ତୁ ଇତି ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଓରିଡିଲ ଫୁଲବାଣୀକୁ ରେଳ ସଂଯୋଗ ନେଇ ଡିପିଆର ପ୍ରସ୍ତୁତ କରି ରେଳ ମନ୍ତ୍ରଣାଳୟକୁ ପଠାଉ ନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଛି।ତାଳଚେର ଲଞିଗଡ ଭାୟା ବାଲିଗୁଡା ଫୁଲବାଣୀ ରେଳପଥ ତ୍ୱରାନ୍ୱିତ ପାଇଁ ଆଲୋଚନା ହୋଇଥିଲା।ଓରିଡିଲ ଉପରେ ଚାପ ପକାଇବାକୁ ରେଳ ମନ୍ତ୍ରଣାଳୟକୁ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ ନ କଲେ କନ୍ଧମାଳ ଜିଲ୍ଲାରେ ଲୋକମାନେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।ଏହି ଅବସରରେ ଫୁଲବାଣୀ ସମେତ ଖଜୁରୀପଡା,ଫିରିଙ୍ଗିଆ,ଜି ଉଦୟଗିରି ଓ ଟିକାବାଲି ବ୍ଲକର ପ୍ରତିନିଧି ମାନେ ବୈଠକରେ ଯୋଗ ଦେଇ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ନେଇ ବହୁମୂଲ୍ୟ ପରାମର୍ଶ ଦେଇଥିଲେ।ଏହି ଅବସରରେ ଆଇନଜୀବୀ ଭି ଭି ରାମଦାସଙ୍କ ସହ ଭଗବାନ ମହାନ୍ତି, ପ୍ରତାପ ପାତ୍ର,ବିରଜା ନାହାକ,ରମେଶ ମହାନ୍ତି,ବିଜୟକୃଷ୍ଣ ପଟନାୟକ, ନବୀନ କିଶୋର ପଣ୍ଡା,ଡ଼ଃ ଅରୁପ ଜେନା,ସୁନୀଲ ପଟନାୟକ,ପ୍ରଶନ୍ନ କୁମାର ସ୍ୱାଇଁ,ରାଧାମୋହନ ମହାପାତ୍ର,ପ୍ରଣବ ମଣ୍ଡଳ,ବ୍ରଜ ପଟନାୟକ,ପଦ୍ମଚରଣ ସ୍ୱାଇଁ,ପ୍ରିୟ ରଞନ ଚୌଧୁରୀ,ପରେଶ ମହାପାତ୍ର,ବଂଶୀଧର ପଣ୍ଡା, ପିତାମ୍ବର ସାହୁ,ମହମ୍ମଦ ଜିଆଉଦ୍ଦୀନ,ଶ୍ରବଣ ଦିଗାଲ,ହରିଶଙ୍କର ରାଉତ,ଶିବରାମ ନାୟକ,ସତ୍ୟପ୍ରିୟ ମହାନ୍ତି, ପ୍ରଶାନ୍ତ କୁମାର ପ୍ରଧାନ,ତ୍ରିନାଥ ବେହେରା, ନବ କିଶୋର ରଥ,ଅମୀୟ ଦାସ,ସଞିତ ମଣ୍ଡଳ,ବିକାଶ ମହାନ୍ତି, ମୋହନ ପ୍ରଧାନ, ପିତାମ୍ବର ସାହୁ,ଅମୀୟ କୁମାର ଦାସ,କେ ଞାନ ଡୋରା,କୃଷ୍ଣ ମିଶ୍ର,ପ୍ରମୋଦ ସାହୁ,କ୍ଷୀରୋଦ ସାହାଣୀ,ମଞୁଳା ପାଣିଗ୍ରାହୀ ଓ କମଳାକାନ୍ତ ପାଣ୍ଡେ ପ୍ରମୁଖ ଯୋଗ ଦେଇ ବହୁମୂଲ୍ୟ ନିଷ୍ପତ୍ତି ନେଇଥିଲେ।

Leave a Reply

Your email address will not be published. Required fields are marked *