ବ୍ରହ୍ମଗିରି ରାସ୍ତାର ଶିପସରୁବାଲି ମୌଜାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ବିରୋଧ ଆରମ୍ଭ
ପୁରୀ – ବ୍ରହ୍ମଗିରି ରାସ୍ତାର ଶିପସରୁବାଲି ମୌଜାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ବିରୋଧ ଆରମ୍ଭ ହୋଇଛି । ବିମାନ ବନ୍ଦର କର୍ତୁପକ୍ଷ ଓ ଅଧିକାରୀଙ୍କ ମିଥ୍ୟା ପ୍ରତିଶୃତି ନେଇ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ସଭା। ଆସନ୍ତା ୩୦ ତାରିଖରେ ହଜାର ହଜାର ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବୀପତ୍ର ଦେବେ । ଅନ୍ୟପଟରେ ପୁନର୍ବାସ ଓ ପୁନର୍ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଦିଆଯିବ । ସେହିପରି ବିମାନ ବନ୍ଦର ପାଇ ଷ୍ଟେଜ ୧ ରେ ରହିଥିବା ସର୍ତ୍ତ ପୁରଣ କରି ରିପୋର୍ଟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।ଭିଓ ୧ – ପୁରୀ – ବ୍ରହ୍ମଗିରି ରାସ୍ତାର ଶିପସରୁବାଲି ମୌଜାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ନୀତିଗତ ଜଙ୍ଗଲ ମଞ୍ଜୁରୀ ପ୍ରଦାନ ପରେ ଏବେ ପ୍ରତିଶ୍ରୁତି ଅନୁଯାୟୀ କ୍ଷତିପୂରଣ ମିଳିନଥିବାରୁ ପଞ୍ଚାୟତବାସୀ ବିରୋଧ ଆରମ୍ଭ କରିଛନ୍ତି। ଆଜି ଗୋରୁଆଳ ବାତ୍ୟା ଆଶ୍ରୟ ସ୍ଥଳୀରେ ହୋଇଥିଲା ସ୍ଵତନ୍ତ୍ର ସଭା। ଗୋରୁଆଳ ପଞ୍ଚାୟତର ଶତାଧିକ ଗ୍ରାମବାସୀଙ୍କ ସହ ବିମାନ ବନ୍ଦର ଦ୍ଵାରା ପ୍ରଭାବିତ ଗ୍ରାମବାସୀ ଏହି ଗ୍ରାମସଭାରେ ଯୋଗ ଦେଇଥିଲେ ।ଜମି ଅଧିଗ୍ରହଣ ,ପୁନର୍ବାସ ଓ ପୁନର୍ଥଇଥାନ କ୍ଷତିପୂରଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଏୟାରପୋର୍ଟ ପାଇଁ ମୋଟ ୧୧୬୪.୭୫୪ ଏକର ଜମି ଅଧିଗ୍ରହଣ ହେବ। ସେଥିମଧ୍ୟରୁ ୨୨୧.୮୯୧ ଏକର ଘରୋଇ ଜମି ଅଧିଗ୍ରହଣ କରାଯିବ। ବାକି ୯୪୨.୮୬୩ ଏକର ସରକାରୀ ଜମି ରହିଛି। ଉଭୟ ସିପସରୁବାଲି ଏବଂ ଷଣ୍ଢପୁର ମୌଜାରୁ ମୋଟ ୧୨୯ ପରିବାର ବିସ୍ଥାପିତ ହେବେ। ଏଣୁ ବିସ୍ଥାପିତମାନଙ୍କୁ ଜମି ଅଧିଗ୍ରହଣ ଓ ପୁନର୍ବାସ ଆଇନ୍ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ପାଇଁ ବିସ୍ଥାପନ ଭତ୍ତା ବାବଦକୁ ପ୍ରତି ବିସ୍ଥାପିତ ପରିବାର ହିସାବରେ ୫ ଲକ୍ଷ ଟଙ୍କା ଗୃହ ସହାୟତା ଅଧୀନରେ ଏବଂ ନୂତନ ଘର ନିର୍ମାଣ ପାଇଁ ୩.୩୯ ଲକ୍ଷ ଟଙ୍କାରୁ ଅଧିକ ରାଶି,ସ୍ଥାନାନ୍ତର ସହାୟତା ପାଇଁ ଘରୋଇ ସାମଗ୍ରୀର ପରିବହନ ଏବଂ ସ୍ଥାନାନ୍ତର ବାବଦକୁ ୧.୧୩ ଲକ୍ଷ ଟଙ୍କା।ଜୀବିକା ସହାୟତା ଅଧୀନରେ ଗୋଟିଏ ବର୍ଷ ପାଇଁ ଜୀବିକା ନିର୍ବାହ ପାଇଁ ୫୪,୩୦୦ ଟଙ୍କା।ବ୍ୟବସାୟ ସହାୟତା ଅଧୀନରେ ଦୋକାନ ସ୍ଥାପନ ପାଇଁ ୨୫,୦୦୦ ଟଙ୍କା ପ୍ୟାକେଜ ଘୋଷଣା ରହିଥିଲା।ବାଇଟ୍ ୧ – ନିରଞ୍ଜନ ମିଶ୍ର ,ସରପଞ୍ଚ,ଗୋରୁଆଳ ପଞ୍ଚାୟତ ବାଇଟ୍ ୨ – ରଘୁନାଥ ସାହୁ , ଗ୍ରାମବାସୀ ,ଗୋରୁଆଳଭିଓ ୨ – ଭୁବନେଶ୍ୱରଏୟାରପୋର୍ଟ ପାଇଁ ମାତ୍ର ୯୮୬ ଏକର ଜମି ନିଆଯାଇଥିବାବେଳେ ପୁରୀରେ ଏତେ ଜମିର ଆବଶ୍ୟକତା କଣ ପାଇଁ ବୋଲି ଏବେ ପଞ୍ଚାୟତବାସୀ ପ୍ରଶ୍ନ କରିଛନ୍ତି । ଗ୍ରାମବାସୀଙ୍କୁ ଠାରୁ ଜମି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶାଗ ,ମାଛ ଦରରେ ଏହି ଜମିକୁ ପୁଞ୍ଜିପତିଙ୍କ ହାତରେ ଟେକି ଦେବେ ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ପୁନର୍ବାସ ଓ ପୁନର୍ଥଇଥାନ ନୀତି ଧାରା ୧୫ ଅନୁଯାୟୀ ଜନ ଶୁଣାଣି ସମୟରେ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ଦ୍ଵାରା କ୍ଷତିଗ୍ରସ୍ତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୁହାଯାଇଥିଲା। ଧାରା ୨୦ ର ଅବଧି ମେ ୨ ରେ ସରିବାକୁ ଯାଉଥିଲେ ହେଁ ଏଯାବତ୍ ଘୋଷିତ କ୍ଷତିପୂରଣ ରାଶି ଦିଆଯାଇନି ।ଏହା ବିରୁଦ୍ଧରେ ପଞ୍ଚାୟତବାସୀ ଏକତ୍ରିତ ହୋଇଛନ୍ତି । ଉପଯୁକ୍ତ କ୍ଷତିପୂରଣ ଓ ଭିତ୍ତିଭୂମିର ସୁବିଧା ନ କରି ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପ୍ରଚେଷ୍ଟା ହେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟ ପଟରେ ଜିଲ୍ଲାପାଳ କହିଛନ୍ତି ଗ୍ରାମସଭାର ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ କୌଣସି ଦାବୀ ପତ୍ର ଦିଆଯାଉନାହିଁ। ପୁନର୍ବାସ ଓ ପୁନର୍ଥଇଥାନ ପଲିସି ଅନୁଯାୟୀ ହିଁ କ୍ଷତିପୂରଣ ଦିଆଯିବ ।ବାଇଟ୍ ୩ – ସୁକାନ୍ତ ପ୍ରଧାନ ,ଆଇନଜୀବି ବାଇଟ୍ ୪ – ଦିବ୍ୟଜ୍ୟୋତି ପରିଡ଼ା,ଜିଲ୍ଲାପାଳ ,ପୁରୀ (update byte jaichhi)ଏଫଭିଓ – ଜଳ,ଜମି ,ଜଙ୍ଗଲର ସୁରକ୍ଷା ପାଇଁ ଗ୍ରାମବାସୀ ଏକାଠି ହୋଇଛନ୍ତି ।ଆସନ୍ତା ୩୦ ତାରିଖରେ ହଜାର ହଜାର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବୀ ପତ୍ର ଦେବେ ।ଏହା ପରେ ୭ ଦିନ ସମୟ ଦିଆଯିବ ।ସେହି ସମୟ ମଧ୍ୟରେ ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାର ସେମାନଙ୍କ ଦାବୀ ନ ଶୁଣିଲେ ଜୀବନର ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
