ବରଗଡ ଜିଲ୍ଲା ପାଇଁ ଗର୍ବ ଆଣିଲେ-କୁମାରୀ ପ୍ରଜ୍ଞା ପରୀମିତା ମାଝି
ପଦ୍ମପୁର ତା.୨୩/୦୫/୨୦୨୬:ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର (M.Sc Botany) ପରୀକ୍ଷାରେ ଗାଇସିଲାଟ ବ୍ଲକର ଗ୍ରୀନ୍ଦୋଳମାଳ (କଲାଙ୍ଗପାଲି) ଗ୍ରାମର କୁମାରୀ ପ୍ରଜ୍ଞା ପରୀମିତା ମାଝୀ ପ୍ରଥମ ସ୍ଥାନ ଅଧିକାର କରି ବରଗଡ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି।ଏହାପୂର୍ବରୁ, ୨୦୨୪ ମସିହାରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ବି.ଏସ୍ସି (B.Sc) ପରୀକ୍ଷାରେ ମଧ୍ୟ ଟପ୍ପର ହୋଇ ତାଙ୍କ ଶିକ୍ଷାଜୀବନରେ ଅସାଧାରଣ ସଫଳତା ଅର୍ଜନ କରିଥିଲେ।ପ୍ରଜ୍ଞାଙ୍କ ବାପା ଶିକ୍ଷକ ପଞ୍ଚାନନ ମାଝୀ ଓ ମାତା ରୀନା ମାଝୀ ତାଙ୍କ ଏହି ସଫଳତାରେ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି। ପରିବାର ସହିତ ସମଗ୍ର ଅଞ୍ଚଳରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି।ତାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗାଇସିଲାଟ, ଓଡିଶା ଆଦର୍ଶ ବିଦ୍ୟାଳୟ, ଗାଇସିଲାଟ, ଏବଂ ଟିଏଫ୍ କଲେଜ, ବରଗଡ଼ର ସମସ୍ତ ଗୁରୁଜୀ ଓ ଗୁରୁମାମାନଙ୍କ ସହିତ ଗାଇସିଲାଟର ବୁଦ୍ଧିଜୀବୀ ମହଲ ପକ୍ଷରୁ ପ୍ରଜ୍ଞାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ଏହି ସଫଳତା ଅଞ୍ଚଳର ଯୁବପିଢି ପାଇଁ ନିଶ୍ଚିତ ଭାବରେ ପ୍ରେରଣାର ଉତ୍ସ ହେବ ।
