ପଞ୍ଜାବ ପୁଲିସର ଉପମହାନିରୀକ୍ଷକ (ଡିଆଇଜି)

ପଞ୍ଜାବ ପୁଲିସର ଉପମହାନିରୀକ୍ଷକ (ଡିଆଇଜି) ପଦରୁ ଅବସର ଗ୍ରହଣ କରିଥିବା ଶ୍ରୀ ଏସ. ଇନ୍ଦରଜିତ ସିଂହ ସିଦ୍ଧୁ ଜଣେ ପ୍ରେରଣାଦାୟୀ ପୂର୍ବତନ ଆଇପିଏସ ଅଧିକାରୀ ll ସେ ‘‘ଝାଡ଼ୁ ଯୋଦ୍ଧା’’ ନାମରେ ଲୋକପ୍ରିୟ। ସ୍ୱଚ୍ଛତା ପ୍ରତି ନିଜର ନିରବ କିନ୍ତୁ ମଜବୁତ ପ୍ରତିବଦ୍ଧତା ପାଇଁ ସେ ସାରା ଦେଶରେ ସମ୍ମାନ ଲାଭ କରିଛନ୍ତି । ପ୍ରାୟ ତିନି ଦଶନ୍ଧି ଧରି ଶ୍ରୀ ସିଦ୍ଧୁ ସ୍ୱେଚ୍ଛାକୃତ ଭାବେ ପାର୍କ, ରାସ୍ତା ଏବଂ ସର୍ବସାଧାରଣ ସ୍ଥାନରେ ସଫେଇ କରିଛନ୍ତି। ଉନ୍ନତ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି। ସଫେଇ କର୍ମଚାରୀଙ୍କୁ ଅନୁପ୍ରାଣିତ କରିଛନ୍ତି ଏବଂ ନିଜେ ଉଦାହରଣ ପ୍ରସ୍ତୁତ କରି ନେତୃତ୍ୱ ନେଇଛନ୍ତି। ଅନ୍ୟମାନଙ୍କ ଥଟ୍ଟା ପରିହାସ ଏବଂ ହତୋତ୍ସାହକୁ ଖାତିର୍‌ ନକରି ସେ ନିଜ ସଂକଳ୍ପରେ ଅଟଳ ରହିଛନ୍ତି। ବିବେକର ସ୍ୱର ଶୁଣି ବ୍ୟକ୍ତିଗତ ପ୍ରୟାସରୁ ଯେଉଁ କାମ ଆରମ୍ଭ ହୋଇଥିଲା ତାହା ପରବର୍ତ୍ତୀ ସମୟରେ ଜୀବନର ଲକ୍ଷ୍ୟ ପାଲଟିଛି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୩ ଜୁନ୍‌ ୨୦୨୬ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ବେସାମରିକ ସମ୍ବର୍ଦ୍ଧନା ସମାରୋହ-IIରେ ଶ୍ରୀ ଏସ. ଇନ୍ଦରଜିତ ସିଂହ ସିଦ୍ଧୁଙ୍କୁ ୨୦୨୬ ବର୍ଷ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରିବେ ।

Leave a Reply

Your email address will not be published. Required fields are marked *