ଭଦ୍ରକରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ:
ଭଦ୍ରକରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ: ସାମ୍ବାଦିକଙ୍କୁ ସମ୍ମାନ ଜଣାଇଲେ ବିଧାୟକ ଶିତାଶୁ ଶେଖର ମହାପାତ୍ରଭଦ୍ରକ, ପ୍ରତିନିଧି: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକତା ସମାଜର ଦର୍ପଣ ଓ ଜନସ୍ୱରର ସଶକ୍ତ ମାଧ୍ୟମ ବୋଲି କହିଛନ୍ତି ଭଦ୍ରକ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଶିତାଶୁ ଶେଖର ମହାପାତ୍ର। ଆଜି ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଭଦ୍ରକ ଜିଲ୍ଲାର ବରିଷ୍ଠ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ଅବସରରେ ବିଧାୟକ ଶ୍ରୀ ମହାପାତ୍ର କହିଥିଲେ ଯେ, ଜନପ୍ରତିନିଧି ଓ ସାମ୍ବାଦିକ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ। ଉଭୟଙ୍କ ମଧ୍ୟରେ ସୁସମ୍ପର୍କ, ବିଶ୍ୱାସ ଓ ସମନ୍ୱୟ ରହିଲେ ଜନସାଧାରଣଙ୍କ ସମସ୍ୟାର ସମାଧାନ ଅଧିକ ପ୍ରଭାବଶାଳୀ ଭାବେ ସମ୍ଭବ ହୋଇପାରିବ। ସାମ୍ବାଦିକମାନେ ସମାଜର ବିଭିନ୍ନ ସମସ୍ୟା, ଆବଶ୍ୟକତା ଓ ଜନମତକୁ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ନିକଟରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି।କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ସାମ୍ବାଦିକମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସାମ୍ବାଦିକମାନଙ୍କ ସୁଚିନ୍ତିତ ମତାମତ ଓ ପରାମର୍ଶ ତାଙ୍କୁ ନୂତନ ପ୍ରେରଣା ଯୋଗାଇଥିବା ବିଧାୟକ ପ୍ରକାଶ କରିଥିଲେ।ଶେଷରେ ସମାଜ, ସତ୍ୟ ଓ ଜନସ୍ୱାର୍ଥ ପ୍ରତି ସମର୍ପିତ ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ ସେ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ବନ୍ଧୁ ମିଳନ କାର୍ଯ୍ୟକ୍ରମଟି ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ସମାପ୍ତ ହୋଇଥିଲା।ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
