ରଥଯାତ୍ରା ପୂର୍ବରୁ ଆକ୍ସନ ମୁଡ୍ ରେ ପୁରୀ ପୋଲିସ୍

ରଥଯାତ୍ରା ପୂର୍ବରୁ ପୁରୀ ପୋଲିସ୍ ର କ୍ଲିନ୍ ସିଟି ଡ୍ରାଇଭ୍ ।ସହରକୁ କ୍ରାଇମ୍ ଫ୍ରି ଓ ସୁରକ୍ଷିତ ରଖିବା ପାଇଁ ଗତ 24 ଘଣ୍ଟାରେ 23 ଜଣ ଆଣ୍ଟି ସୋସିଆଲଙ୍କୁ ଗିରଫ କଲା ପୁରୀ ପୋଲିସ୍ ।8 ଟି ମାମଲା ରୁଜ୍ଜୁ କରିଛି ପୋଲିସ୍ ।ଭକ୍ତଙ୍କୁ ଦର୍ଶନ କରାଇଦେବା ନାଁରେ ଜୋର୍ ଜବରଦସ୍ତ ଟଙ୍କା ନେବା ଅଭିଯୋଗରେ ଜଣେ ଗିରଫ।3 ଖଣ୍ଡା,4 ଛୁରୀ, ଆଇରନ୍ ରଡ୍, କୋରେକ୍ସ ବୋତଲ ସହ 750 ଲିଟର ରୁ ଊର୍ଦ୍ଧ୍ଵ ମଦ ଜବତ।ବର୍ଷକ ମଧ୍ୟରେ 307 ଆଣ୍ଟି ସୋସିଆଲ ସମେତ କୋରକ୍ସ ପାଇଁ 19 ଟି କେସ ରେ 29 ଜଣଙ୍କୁ ଗିରଫ କରାଯାଇଛି ।1600 ବୋତଲ କୋରେକ୍ସ ଜବତ ହୋଇଛି । ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ପାଇଁ 623 କେସ ହୋଇଛି ।ବ୍ରାଉନ ସୁଗାର ପାଇଁ 47 ଟି କେସ ପାଇଁ 28 ଜଣ ଗିରଫ ହୋଇଛନ୍ତି ।ମଦ ପାଇଁ 350 କେସ ହୋଇଛି ।

Leave a Reply

Your email address will not be published. Required fields are marked *