ପୁରୀ ପୋଲିସ୍ ପକ୍ଷରୁ ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ନେଇ ନିଆଯାଉଛି ସ୍ୱତନ୍ତ୍ର ପଦକ୍ଷେପ
ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା। ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି। ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ଆୟୋଜନ ନେଇ ନିଆଯାଉଛି ସ୍ବତନ୍ତ୍ର ପଦକ୍ଷେପ। ରଥଯାତ୍ରାରେ ଖୋଲାଯିବ ଏକାଧିକ କଣ୍ଟ୍ରୋଲ ରୁମ୍। ବଡ଼ଦାଣ୍ଡକୁ ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରଖାଯିବ। ବିଭିନ୍ନ ସ୍ଥାନରେ ଏଲଇଡି ସ୍କ୍ରିନ ଲଗାଯାଇ ଶ୍ରଦ୍ଧାଳୁଙ୍କୁ ସୂଚନା ଦିଆଯିବ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୁଗଲର ନିଆଯିବ ସହାୟତା। ବିଭିନ୍ନ ସମୟରେ ଗୁଗୁଲୁ ମ୍ୟାପ୍ ଦେଖି କାର ଚାଳକମାନେ ଭୁଲରେ ଗଳିକନ୍ଦିରେ ପଶି ସାଧାରଣରେ ହଇରାଣ ହେବାକୁ ପଡୁଛନ୍ତି। ତେଣୁ ଗୁଗଲର ସହାୟତା ନିଆଯାଇ ପଦକ୍ଷେପ ନିଆଯିବ। ଅମାନିଆ ଅଟୋ ଚାଳକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିବା ଅବସରରେ ପୁରୀ ଏସପି ପ୍ରତୀକ ସିଂ ଙ୍କ ସୂଚନା ଦେଇଛନ୍ତି।
