ପୁରୀ ପୋଲିସ ର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର
ପୁରୀ ଜିଲ୍ଲାରେ ଆଇନ-ଶୃଙ୍ଖଳା ରକ୍ଷା, ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ପୁରୀ ପୋଲିସ ଦ୍ୱାରା ଦୃଢ଼ ଓ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଉଛି। ଅପରାଧ ପ୍ରତିରୋଧ ଓ ସମାଜରେ ଶାନ୍ତିପୂର୍ଣ୍ଣ ପରିବେଶ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା-୧୨୯ ଅନୁଯାୟୀ ବିଭିନ୍ନ ଥାନା ଅଞ୍ଚଳରେ ବାଉଣ୍ଡ ଡାଉନ୍ କାର୍ଯ୍ୟବାହୀ କରାଯାଇଛି।ଏହି ପ୍ରକ୍ରିୟାରେ ମୋଟ ୩୬ ଜଣ ଅଭିଯୁକ୍ତଙ୍କୁ ବାଉଣ୍ଡ ଡାଉନ୍ କରାଯାଇଛି, ଯାହା ଆଇନ ଓ ଶୃଙ୍ଖଳା ଭଙ୍ଗ କରିବାରୁ ତାଙ୍କୁ ରୋକିବା ପାଇଁ ଏକ ପ୍ରତିରୋଧାତ୍ମକ ପଦକ୍ଷେପ। ଆଜି କୁମ୍ଭାରପଡ଼ା ଥାନା ମାମଲାCase No- 811/25 ରେ ସୁସମା ଭୋଇ, ପିତା ଦାଶରଥୀ ଭୋଇ, ବିଶ୍ୱନୀ ଲେନ୍, କୁମ୍ଭାରପଡ଼ା, ପୁରୀଦ୍ୱିତୀୟ କେଶ ପୁରୀ ସଦର ଥାନା ମାମଲା Case No- 763/25ରେ ଉମାକାନ୍ତ ଦାସପିତା ପ୍ରଭାକର ଦାସ, ବନ୍ଧସାହି, ଗୋପୀନାଥପୁର, ପୁରୀପୁରୀ ପୋଲିସ ଦ୍ୱାରା ଏହି ପଦକ୍ଷେପ ଗ୍ରହଣର ମୂଳ ଉଦ୍ଦେଶ୍ୟ ହେଉଛି ଆଗାମୀ ଦିନରେ କୌଣସି ପ୍ରକାର ଅପରାଧ ଘଟଣା ଘଟିବାକୁ ନଦେବା ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷାର ଭାବନା ବଢ଼ାଇବା। ବାଉଣ୍ଡ ଡାଉନ୍ ଅନ୍ତର୍ଗତ ଅଭିଯୁକ୍ତମାନେ ଆଇନ ଉଲ୍ଲଂଘନ କରିବେ ନାହିଁ ବୋଲି ବନ୍ଧପତ୍ର ଦେବାକୁ ବାଧ୍ୟ ହୋଇଥାନ୍ତି। ପୁରୀ ପୋଲିସ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି ଯେ ସେମାନେ ଆଇନକୁ ସମ୍ମାନ କରନ୍ତୁ ଓ ଶାନ୍ତି-ଶୃଙ୍ଖଳା ବଜାୟ ରଖିବାରେ ପୋଲିସଙ୍କୁ ସହଯୋଗ କରନ୍ତୁ। କୌଣସି ଅସାମାଜିକ କାର୍ଯ୍ୟ କିମ୍ବା ଅନିୟମିତତା ଦେଖିଲେ ସମ୍ବନ୍ଧିତ ଥାନାକୁ ତୁରନ୍ତ ଜଣାଇବାକୁ ଅନୁରୋଧ। ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ ଏଭଳି ପ୍ରତିରୋଧାତ୍ମକ କାର୍ଯ୍ୟବାହୀ ଜାରି ରଖିବା ସହିତ ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତି ନିଶ୍ଚିତ କରିବାରେ ପ୍ରତିବଦ୍ଧ ।
