ମହିଳା ସରାଂକ୍ଷଣ ବିଲ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରେସ ମିଟ

ସଂସଦରେ ଗତ ଏପ୍ରିଲ 16 ଓ 17 ତାରିଖରେ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍,ସୀମା ନିର୍ଦ୍ଧାରଣ ବିଲ,କେନ୍ଦ୍ରଶାସିତ ଅଞ୍ଚଳ ଆଇନ ବିଲକୁ ବିରୋଧ କରି କଂଗ୍ରେସ ,ସମାଜବାଦୀ ପାର୍ଟି ,ଟିଏମସି ଏବଂ ଡିଏମକେ ଦେଶବାସୀ ବିଶେଷ କରି ମହିଳାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ।ଏହା ବିରୁଦ୍ଧରେ ସମଗ୍ର ଦେଶରେ ନାରୀଶକ୍ତି ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରାଯାଉଛି। ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ଏହି ୩ ଟି ଗୁରୁତ୍ୱପୂର୍ଣ୍ଣ ବିଲ ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି । କିନ୍ତୁ କଂଗ୍ରେସ ଓ ଇଣ୍ଡି ମେଣ୍ଟ ଦେଶର ମହିଳାଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀରୁ ବଞ୍ଚିତ କରିଛନ୍ତି । ବିଲ ଆସିଥିଲେ ଓଡ଼ିଶାରେ ଏମପି ସିଟ ସଂଖ୍ୟା ବୃଦ୍ଧି ପାଇଁ ୩୨ ହୋଇଥାନ୍ତା ।percentage ,representation ଅନୁସାରେ ଓଡ଼ିଶା ୩.୮୭ ପ୍ରତିଶତ ଅଛି। ଏହା ବୃଦ୍ଧି ପାଇଁ ୩.୯୧ ହୋଇଥାନ୍ତା। କିନ୍ତୁ ଏହା ୩.୪ ପ୍ରତିଶତକୁ ଖସି ଯାଇଥାନ୍ତା ବୋଲି ଅପପ୍ରଚାର କରାଯାଉଛି । ସୀମା ନିର୍ଦ୍ଧାରଣ ଦ୍ବାରା କୌଣସି ରାଜ୍ୟର କ୍ଷତି ହୋଇନଥାନ୍ତା ବରଂ ଦକ୍ଷିଣ ଭାରତର ଆନୁପାତିକ ପ୍ରତିନିଧିତ୍ଵ ସୁରକ୍ଷିତ ରହିବ । ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ବିରୋଧ ଯୋଗୁଁ ବର୍ତ୍ତମାନ ପଶ୍ଚିମବଙ୍ଗ ନିର୍ବାଚନ ଚାଲୁ ଥିବାବେଳେ ଏହାର ପ୍ରଭାବ ପଡ଼ିବ ଓ ମହିଳାମାନେ ଏହାର ଉଚିତ୍ ଜବାବ ଦେବେ । ଯେତେବେଳେ ନାରୀଶକ୍ତି ବନ୍ଦନ ଅଧିନିୟମ ଅଣାଯାଇଥିଲା, ସେତେବେଳେ ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀ ଦଳ ଗୁଡିକ ବାଧ୍ୟବାଧ୍ୟକତାରେ ଏହାକୁ ସମର୍ଥନ କରିଥିଲେ। କିନ୍ତୁ ଯେତେବେଳେ ପ୍ରକୃତରେ ମହିଳାଙ୍କୁ ସେମାନଙ୍କ ଅଧିକାର ଦେବାର ସମୟ ଆସିଲା ସେମାନଙ୍କର ମହିଳା ବିରୋଧୀ ମାନସିକତା ସ୍ପଷ୍ଟ ଭାବେ ସାମ୍ନା କୁ ଆସିଲା। ରାଜ୍ୟର ଜନସଂଖ୍ୟା ଆଧାରରେ ନୁହେଁ ବରଂ 50 percent formula ଆଧାରରେ ସୀମା ନିର୍ଦ୍ଧାରଣ ହୋଇଥାନ୍ତା ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *