୧୧୨ କଲ୍ ପାଇ ନିଖୋଜ ଶିଶୁକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲା ପୁରୀ ପୋଲିସ
୧୧୨ କଲ୍ ପାଇ ନିଖୋଜ ଶିଶୁକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲା ପୁରୀ ପୋଲିସ*ଆଜି ୧୧୨ ଜରୁରୀକାଳୀନ ହେଲ୍ପଲାଇନ୍କୁ ସୂଚନା ମିଳିଥିଲା ଯେ ସ୍ୱସ୍ତି ପ୍ୟାଲେସ୍ ନିକଟରୁ ଜଣେ ୬ ବର୍ଷୀୟା ଶିଶୁ ନିଖୋଜ ହୋଇଯାଇଛନ୍ତି। ସୂଚନା ପାଇବା ପରେ PCR-3 ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଖୋଜିବା ପାଇଁ ତତ୍ପରତାର ସହ ଖୋଜାଖୋଜି ଆରମ୍ଭ କରିଥିଲେ। ପିସିଆର, ସମୁଦ୍ରକୁଳ ଥାନା ଶିଶୁର ପରିବାର ସଦସ୍ୟଙ୍କ ସହ ସମନ୍ୱୟ ରଖି ବିଭିନ୍ନ ସ୍ଥାନରେ ତଲାସୀ କରିଥିଲେ। ଶେଷରେ ବଙ୍ଗାଲକ୍ଷ୍ମୀ ହୋଟେଲ୍ ସମ୍ମୁଖରୁ ନିଖୋଜ ଶିଶୁଟିକୁ ସୁରକ୍ଷିତ ଭାବେ ଠାବ କରାଯାଇଥିଲା। ଆବଶ୍ୟକ ଯାଞ୍ଚ ପରେ ଶିଶୁଟିକୁ ତାଙ୍କ ମାଆ ମହାସିତା ନାରୁଆଙ୍କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଥିଲା। ତ୍ୱରିତ ପୋଲିସ ପଦକ୍ଷେପ ଯୋଗୁଁ ନିଖୋଜ ଶିଶୁଟି ଅଳ୍ପ ସମୟ ମଧ୍ୟରେ ସୁରକ୍ଷିତ ଭାବେ ପରିବାର ନିକଟକୁ ଫେରିପାରିଛି। ୬ ବର୍ଷୀୟା ଶିଶୁ ଶିଶୁ, ପିତା, ସନ୍ତୁ ନାରୁଆ, ମା ମହାସିତା ନାରୁଆ, ଠିକଣା ଶ୍ରୀପୁର, ଥାନା ଜୟନଗର, ପଶ୍ଚିମବଙ୍ଗ।
