ଯୁବ ନେତୃତ୍ବ ଙ୍କୁ ଜିଲ୍ଲାପରିଷଦ ପ୍ରାର୍ଥୀ ପାଇଁ ରଘୁନାଥପୁର ୧ନଂ ଜୋନ ବିଜେପି କର୍ମୀ ମାନଙ୍କ ର୍ଦୃଢ଼ ଦାବୀ।
ରଘୁନାଥପୁର ତା ୧୫/୬:-ଓଡିଶାରେ ହେବାକୁ ଥିବା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖିଆଗରେ ରଖି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ୧ନଂ ଜୋନ ବିଜେପିସଂଗଠନ ପକ୍ଷରୁ ଯୁବସଂଗଠକ ଙ୍କୁ ଜିଲ୍ଲାପରିଷଦ ପ୍ରାର୍ଥୀକରିବା ପାଇଁ ଦାବୀକରାଯାଇଛି।ରଘୁନାଥପୁର ବ୍ଲକର ୯ଗୋଟିପଞ୍ଚାୟତକୁ ନେଇ ଗଠିତ ଏହି ଜୋନରେ ରଘୁନାଥପୁର, ଜଗନ୍ନାଥପୁର,ଧରାଧରପୁର, ତାରପୁର,ଗୁଆଳିପୁର,ପୁରଣଓଡପଡା,ଜୟୀଶୋଳ,ବରାଗୋଳ, ତରିକୁନ୍ଦ ପଞ୍ଚାୟତ ରହିଛି।ଏହି ଜୋନର ବିଜେପିର ଜଣେ ଦକ୍ଷ ଯୁବସଂଗଠକ ସୁଭେନ୍ଧୁ ଦାସ ଙ୍କୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୂତନ ଜିଲ୍ଲାପରିଷଦ ପ୍ରାର୍ଥୀ କରାଗଲେ ଦଳପାଇଁ ସଫଳ ମିଳିପାରିବ।ଏହିଜୋନରେ ସୁଭେନ୍ଦୁ ଙ୍କ ଭଲ ସଂଗଠକ ରହିଛି। ତାଙ୍କ ବାପା ମଧ୍ୟ ଜଣେ ବିଜେପିର ଜଣାସୁଣା ଆଗୁଆ କର୍ମୀ ଭାବେ ପରିଚୟ ରହିଛି। ସୁଭେନ୍ଦୁ ଙ୍କୁ ପ୍ରାର୍ଥୀକରିବା ପାଇଁ ଦଳୀୟ ସଂଗଠନ ପକ୍ଷରୁ ଦାବୀ ଯୋର ଧରିଥିବାବେଳେ ପୂର୍ବତନ ଜିଲ୍ଲାପରିଷଦ ଅଶୋକ କୁମାର ମହାରଣା,ଜିଲ୍ଲା ଓବିସି ମୋର୍ଚ୍ଚାରସଭାପତି ସୁବୋଧ ବାରିକ,ବରିଷ୍ଠ କର୍ମୀ ନିର୍ମଳ ମହାପାତ୍ର,ସୁକାନ୍ତ କୁମାର ସ୍ଵାଇଁ,ଜ୍ଞାନେନ୍ଦ୍ର ସ୍ବାଇଁ,ପୂର୍ବତନ ସରପଞ୍ଚ ସରୋଜ କୁମାର ସ୍ବାଇଁ,ପୂର୍ବତନ ସରପଞ୍ଚ ପୁରୁଷୋତ୍ତମ ସ୍ଵାଇଁ, ନବକିଶୋର ମଲ୍ଲିକ,ବୈରାଗୀ ଚରଣ ବେହେରା,ରମେଶ ପ୍ରଧାନ, ନରେନ୍ଦ୍ର ନାୟକ,ଦେବେନ୍ଦ୍ର ନାୟକ, ହୣର୍ଷିକେଶ ପାଣି,ମହେନ୍ଦ୍ର ଦାସ, ଧିରେନ୍ଦ୍ର ପ୍ରଧାନ,ବିନୋଦ ବିହାରୀ ପଟ୍ଟନାୟକ,ମନୋଜ ନାୟକ,ରୁନୁ ପଟ୍ଟନାୟକ,ଅମିୟ ମହାପାତ୍ର ବ୍ରଜକିଶୋର ପଟ୍ଟନାୟକ, ଦିପ୍ତିରଂଜନ ସାହୁ,ବିବେକାନନ୍ଦ ପଟ୍ଟନାୟକ,ସୁକାନ୍ତ ରାଉତ କମୋଳ ଲୋଚନ ଜେନା ପ୍ରମୁଖ ରାଜ୍ୟସଭାପତି ମନମୋହନ ସାମଲ ଓ ଜିଲ୍ଲା ସଭାପତି ପ୍ରତାପ ମିଶ୍ର ଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି।
