ଚିକିଟି ରାସ୍ତା ପାର୍ଶ୍ବ ମଦ ଦୋକାନ ହଟିବ କେବେ?ତ୍ରିଗୁଣାତିତ ଦେଓ।
ଚିକିଟି ,୧୫/୦୬( )ଚିକିଟୀପେଣ୍ଠ ମୁଖ୍ୟ ରାସ୍ତା କଡ଼ରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନ କେବେ ହଟବ। ଏନେଇ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷ ତ୍ରିଗୁଣାତିତ ଦେଓ ଚିକିଟି ରାଜ ନହରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅବକାରୀ ବିଭାଗକୁ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଚିକିଟି ପେଣ୍ଠ କରବାଲୁଆ ନିକଟରେ ଥିବା ଠିପି ବନ୍ଦ ମଦ ଦୋକାନର ୨୦୦ ମିଟର ଦୂରରେ ବଗଳାମୁଖୀ ମନ୍ଦିର, ପେଟ୍ରୋଲ ପମ୍ପ,୫୦ ମିଟର ଦୂରରେ ପଖୋରି ଓ ବସ୍ତି ରହିଛି। ଏଥି ସହିତ ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ଠିପି ବନ୍ଦ ମଦ ଦୋକାନ ରହିଥିବା ଯୋଗୁଁ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି।ମଦ ଦୋକାନ ଆଖପାଖରେ ବହୁ ଅସାମାଜିକ ବ୍ୟକ୍ତିମାନେ ମଦ ପିଇ ରାସ୍ତାରେ ଯାଉଛନ୍ତି । ଫଳରେ ଛୋଟମୋଟ ଦୁର୍ଘଟଣା ଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଗତ ଦେଢ ବର୍ଷ ଧରି ମୁଖ୍ୟ ରାସ୍ତା କଡ଼ରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନ ସ୍ଥାନାନ୍ତର କରିବା ପାଇଁ ଅବକାରୀ ବିଭାଗ ପାଖରେ ଅଭିଯୋଗ କରାଯାଇଛି। କିନ୍ତୁ ଅବକାରୀ ବିଭାଗର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି କହିଛନ୍ତି। ଏଥି ସହିତ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅବକାରୀ ବିଭାଗ କାର୍ଯ୍ୟାଳୟ ରହିଥିବା ସତ୍ତ୍ବେ ଚୋରା ମଦ କାରବାର ରୋକିବାରେ ଅବକାରୀ ବିଭାଗ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି। ଅବକାରୀ କାର୍ଯ୍ୟାଳୟର କିଛି ମିଟର ଦୂରରେ ମଧ୍ୟ ଚୋରା ଦେଶି ମଦ ବିକ୍ରି ହେଉଛି। ସୂଚନା ଥାଉକି ଗତ ଦିନରେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଜେନାପୁର ବିଷାକ୍ତ ମଦ ପିଇ ନିରୀହ ଲୋକଙ୍କର ଜୀବନ ଯାଇଛି।ଚିକିଟି ଗଡ ଠାରେ ଗଞ୍ଜେଇ ଚାଷ କରି କିଛି ଅସାମାଜିକ ବ୍ୟକ୍ତି ଗିରଫ ହୋଇଥିବା ସତ୍ତ୍ବେ ଚିକିଟି ଅବକାରୀ ବିଭାଗର ଚେତା ଆସୁନି। ତେଣୁ ଅବକାରୀ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଚିକିଟି ପେଣ୍ଠ ମୁଖ୍ୟ ରାସ୍ତା କଡ଼ରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ଆଜିର ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅବକାରୀ ବିଭାଗ ପାଖରେ ଦାବି କରିଛନ୍ତି ଚିକିଟି ରାଜା ସାହେବ ତଥା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷ ତ୍ରିଗୁଣାତିତ ଦେଓ। ଏନେଇ ଚିକିଟି ଅବକାରୀ ଇନ୍ସପେକ୍ଟରଙ୍କ ସହିତ ଯୋଗାଯୋଗ କରିଥିବା ସତ୍ବେ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା
