ରାଇକିଆ ଅଞ୍ଚଳ ର ଗର୍ବ ଗୌରବ ସୁଧାକିରଣ ମହାବିଦ୍ୟାଳୟ
, ତା 29/5/24 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଧାକିରଣ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସି ଏଚ ଏସଇ )ପରିଚାଲିତ ଯୁକ୍ତ ୨ କଳା ପରୀକ୍ଷା ଦେଇଥିଲେ। ସୁଧାକିରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଇକିଆ ରୁ ଯୁକ୍ତ ୨ କଳା ରେ ମୋଟ ୨୩୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟ ରୁ ପ୍ରଥମ ଶ୍ରେଣୀ ରେ ୪୨ ଜଣ ଦ୍ୱିତୀୟ ଶ୍ରେଣୀ ରେ ୫୮ ଜଣ ତୃତୀୟ ଶ୍ରେଣୀ ରେ ୧୩୧ ଜଣ ମୋଟ ୨୩୧ ପାସ ହୋଇ ପାସହାର ୧00 ପ୍ରତିଶତ ରହିଛି। ଆଦିବାସୀ ଝିଅ ସୁଧା ମୋହିନୀ ପ୍ରଧାନ ୪୯୫ ମାର୍କ ସହ ୮୨.0୨ ପ୍ରତିଶତ ରଖି ବିଦ୍ୟାଳୟ ସହିତ ରାଇକିଆ ବ୍ଲକ ଟପ୍ପର ହୋଇଛନ୍ତି ଯାହାକି ଅଞ୍ଚଳ ପାଇଁ ଗର୍ବ ର ବିଷୟ ହୋଇଥିବା ବେଳେ ସୁଧା ମୋହିନୀ ବହୁତ ଖୁସି ଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସୁଧାକିରଣ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼କ୍ଟର ସନ୍ତୋଷ କୁମାର ନାୟକ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ଙ୍କ ସଫଳତା ପଛରେ ଶିକ୍ଷକ ଙ୍କ କଠିନ ପରିଶ୍ରମ ହିଁ ଆଜି ଦିନ ରେ ବିଦ୍ୟାଳୟ ର ସୁନାମ ଆଣିବାରେ ସହାୟକ ହୋଇ ପାରିଛି ବୋଲି କହିଛନ୍ତି।
