୧୩୯ ଜଣରୁ ଏ (୨) ସ୍ଥାନରେ ଦୂର୍ଗେଶ୍ଵରୀ
୧୩୯ ଜଣରୁ ଏ (୨) ସ୍ଥାନରେ ଦୂର୍ଗେଶ୍ଵରୀ ରାୟଗଡ଼ା ତା ୨୮-୦୫-୨୪ ଜେକେପୁର ସ୍ଥିତ ଲକ୍ଷ୍ମୀପତ୍ ସିଂଘାଣିଆ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ବେଳେ ଏ ( ୨ ) ସ୍ଥାନରେ ପାଞ୍ଚ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ଦୂର୍ଗେଶ୍ୱରୀ ମହାରଣା ବିଦ୍ୟାଳୟସ୍ତରରେ ସର୍ବୋଚ୍ଚ ୪୯୮ ନମ୍ବର ରଖି ଶିକ୍ଷା ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି । ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ , ଓଡ଼ିଶା ଦ୍ବାରା ଅନୁଷ୍ଠିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୧୩୯ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବିଦ୍ୟାଳୟର ସମସ୍ତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ (୨) ସ୍ଥାନରେ ୫ଜଣ ଥିବା ବେଳେ ବି (୧) ରେ ୩୩ଜଣ ବି (୨)ସ୍ଥାନରେ ୬୭ଜଣ ସି ଗ୍ରେଡ ରେ ୩୨ ଜଣ ଡି ଓ ଇ ଗ୍ରେଡ ରେ ଜଣେ ଲେଖାଏ ପରୀକ୍ଷାର୍ଥୀ ଅଛନ୍ତି। ବର୍ତ୍ତମାନ ଜେକେକାଗଜ କଳର ଉପ ସଭାପତି ଭାବେ କାର୍ଯ୍ୟରତ ଶ୍ରୀ ବିନୟ କୁମାର ଦ୍ବିବେଦୀ ଏହି ବିଦ୍ୟାଳୟରେ ପାଠ ପଢିଥିଲେ । ସଂଯୋଗ ବଶତଃ ସେ ଏବେ ଏଲ ଏସ ସ୍କୁଲର ତତ୍ତ୍ୱାବଧାରକ । ଛାତ୍ର ଛାତ୍ରୀଙ୍କ ସଫଳତା ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି । କାଗଜ କଳର ଜିଏମ ସନ୍ଦୀପ କୁମାର ପାଣ୍ଡେ ବିଦ୍ୟାଳୟର ପରୀକ୍ଷା ଫଳ ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରିଛନ୍ତି ।ପ୍ରଧାନ ଶିକ୍ଷକ ଶ୍ରୀ ଅରୁଣ କୁମାର କରଙ୍କ ନିଷ୍ଠାପର ଉଦ୍ୟମ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ଯୋଗୁଁ ଏପରି ସଫଳତା ମିଳିଛି ବୋଲି ଅଭିଭାବକମାନେ ମତ ବ୍ୟକ୍ତ କରିଛନ୍ତି। ।
