ଫୁଲବାଣୀ ଡ୍ୟ।ନସ୍ ଏକାଡେମୀ ରେ ପାଳନ କରାଗଲା ରଜମଉଜ ୨୦୨୬ ।
ଫୁଲବାଣୀ, ଓଡ଼ିଶାର ବାରଗୋଟି ପର୍ବ ମଧ୍ୟରୁ ରଜପର୍ବ ହେଉଛି ଅନ୍ୟତମ । ଏହା ଏକ ଗଣପର୍ବ ବା ଆନନ୍ଦର ପର୍ବ, ଏହି ପର୍ବରେ କୁଆଁରୀ ଝିଅ ମାନେ ସେମାନଙ୍କ ଆନନ୍ଦ ମନରେ, ଦଳି ଖେଳ ଖେଳିବା ,ଏକ ମୁଖ୍ୟ ବିଷୟ ଅଟେ । ଏହି ପରିପ୍ରେକ୍ଷୀରେ ଫୁଲବାଣୀର ସ୍ଥାନୀୟ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡିଆନ୍ସ ଏକାଡେମୀ ତରଫରୁ ସ୍ଥାନୀୟ ବିଜୁକଲ୍ୟାଣୀ ମଣ୍ଡପ ଠାରେ ନିଆରା ଢଙ୍ଗରେ ପାଳନ କରିଥିଲା ୨୦୨୬ ମସିହାର ୨୬ ତମ ରଜମଉଜ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ପିଡି (ଡୁଡା) ପ୍ରବୀଣ କୁମାର ବଣୁଆ, ଯୁଧିଷ୍ଟିର ମେହେର ପିଏ, (ଆଇ ଟି ଡି ଏ) ଫୁଲବାଣୀ, ହୃଦୟରଞନ୍ ବେହେରା, ଅଧ୍ୟକ୍ଷ (ବିପିଆଇଟି) ଶ୍ରୀ କୈଳାଶ ମୁଖି ରାଜ୍ୟ ବିଜୁଜନତା ଦଳ (ରାଜ୍ୟସମ୍ପାଦକ) ଏହି ଠାରେ ଅନୁଷ୍ଠାନର କଳାକାର ମାନେ ଯଥା କୁଆରୀ ବାଳିକା ମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରି ଏହି ଦିନଟିକୁ ଆନନ୍ଦ ମୟ କରିବା ସଙ୍ଗେ ସଙ୍ଗେ ଉତ୍ସବ ମୁଖର କରିଥିଲେ ।ବିଭିନ୍ନ ପ୍ରକାର ନୃତ୍ୟକରି ଉପସ୍ଥିତ ପାଞ୍ଚଶହ ରୁ ଅଧିକ ଦର୍ଶକଙ୍କ ମନ କିଣିଥିଲେ । ଏହିଠାରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା କି? ମା ମାନେ ମଞ୍ଚ ଉପରେ ଏକ ନିଆରେ ଢଙ୍ଗରେ ବିଭିନ୍ନ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ ।ଏହି କାର୍ଯ୍ୟକ୍ରମର ଏହା ଥିଲା ବିଶେଷ ଆକର୍ଷଣ । ଏହି କାର୍ଯ୍ୟ କ୍ରମକୁ ସହଯୋଗ କରିଥିଲେ ଏକାଡେମୀର ସଭାପତି ଶ୍ରୀ ସତ୍ୟନାରାୟଣ ବେହେରା, ଉପ ସଭାପତି ରବୀନ୍ଦ୍ର ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ସରୋଜ ପାତ୍ର, ସାଂସ୍କୃତିକ ସମ୍ପାଦକ ସ୍ୱର୍ଣ୍ଣପ୍ରଭ। ତ୍ରିପାଠୀ, ଦେବାଶିଷ ମିଶ୍ର, ସୁର ପ୍ରସାଦ ନାୟକ । ସାଧାରଣ ସମ୍ପାଦକ ସରୋଜ ପାତ୍ର ଉପସ୍ଥିତ ସମସ୍ତ ଅଭିଭାବକ ଓ ଦର୍ଶକ ମାନଙ୍କୁ ରଜପାନ ଭେଟି ଦେଉଥିବା ଦେଖା ଯାଇଥିଲା । ଏହି ପରିପ୍ରେକ୍ଷୀରେ ସ୍ଥାନୀୟଏମ୍ କେଏସପି ତରଫରୁ ମଧ୍ୟ ରଜପର୍ବ ପାଳନ କରାଯାଇଥିଲା । ଏହିଠାରେ ଦୋଳି, ଦଉଡ଼ିଡିଆଁ ,ଝୁଟିପ୍ରତିଯୋଗିତା, ପୁଚି ଖେଳ, ପୁରୁଷ ମାନଙ୍କୁ ନେଇ ଭଳିବଲ ପ୍ରତିଯୋଗିତା ଆୟଜନ କରାଯାଇଥିଲା । ଏହି କାର୍ଯ୍ୟ କ୍ରମକୁ ସ୍ଥାନୀୟ ଏସପି ରମେନ୍ଦ୍ର ପ୍ରସାଦ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। । ଏହାକୁ ନେଇ ଏମକେଏସପି ର ବରିଷ୍ଠ କର୍ମ କର୍ତ୍ତା ବା ବିଶିଷ୍ଟ ଆଇନଜୀବୀ ଶ୍ରୀ ବିଜୟ ପଟ୍ଟନାୟକ କହିଥିଲେ? କି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ ସଂସ୍କୃତିକୁ ଚେତନା ସୃଷ୍ଟି ହେବ । ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ହେବା କଥା ତାହା ହେଉନାହିଁ ।ବର୍ତ୍ତମାନ ଏହା ସହରରେ ହେଉଅଛି ।ଆଗାମୀ ଦିନମାନଙ୍କରେ ଆମେ ଗ୍ରାମାଞ୍ଚଳରେ ଏହି ପର୍ବ କରିବାକୁ ଚେଷ୍ଟା କରିବୁ ଗ୍ରାମାଞ୍ଚଳର ସମସ୍ତ ମା ଭଉଣୀ ମାନଙ୍କୁ ନେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ କୁ କନ୍ଧମାଳ ଜିଲ୍ଲାରେ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବୁ ।
