ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ବାର୍ଷିକ ଉତ୍ସବ

ବିଦ୍ୟାଳୟ ମନ୍ଦିର ହେଲେ ଛାତ୍ରଛାତ୍ରୀ କୁନାକୁନି ଠାକୁରକାକଟପୁର,୨୯.୦୩- କାକଟପୁର ବ୍ଲକ ଅନ୍ତର୍ଗତ ଆନନ୍ଦବଜାର ସ୍ଥିତ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପକ୍ଷରୁ ତ୍ରୟୋଦଶ ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସଭାପତି ସତ୍ୟବ୍ରତ ପ୍ରଧାନ ଓ ଟ୍ରଷ୍ଟି ସମ୍ପାଦକ ପବିତ୍ର ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାଧାରଣ ସଭାରେ ଉପଦେଷ୍ଟା ତଥା ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ବ କରିଥିଲେ। ଅତିଥି ଭାବେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଅଡଶପୁର ଉଦ୍ୟନାଥ କଲେଜ ଅଧକ୍ଷ ଅରୁଣ କୁମାର ସ୍ବାଇଁ, ନିମାପଡା ରିଜିଓନାଲ କଲେଜ ଚେୟାରମ୍ୟାନ ଶ୍ରୀକାନ୍ତ କୁମାର ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ହିଁ ମଣିଷ ତିଆରି କାରଖାନା ଏବଂ ଏହା ମନ୍ଦିର ସଦୃଶ, ଏଠାରେ ପଢୁଥିବା ଛାତ୍ରଛାତ୍ରୀ ମାନେ କୁନାକୁନି ଠାକୁର। ତେଣୁ ପ୍ରତ୍ୟେକ ପିଲା ଉତ୍ତମ ମଣିଷ, ଚରିତ୍ର ଓ ସୁଙ୍ଖଳିତ ହେବା ସହ ଆତ୍ମବିଶ୍ବାସ ରଖିବା ଉଚିତ୍। ମନ ଭିତରେ ଦୃଢ଼ ସଂକଳ୍ପ ରଖି ଆଗକୁ ବଢ଼ିଲେ ସବୁ ସଫଳତା ହାସଲ କରିପାରିବେ ବୋଲି ଅତିଥି ଭାବେ ମତବ୍ୟକ୍ତ କରିଥିଲେ।

ଏଥି ସହିତ ଗୁରୁଙ୍କ ପ୍ରତି ସମ୍ମାନ ଓ ପିତାମାତା ଅନ୍ୟ ଗୁରୁ ଜନଙ୍କ ପ୍ରତି ତ୍ୟାଗ କରିବା ଉଚିତ୍ ବୋଲି ମତ ପୋଷଣ କରିଥିଲେ। ପ୍ରାରମ୍ଭରେ ଶିକ୍ଷୟତ୍ରୀ ସଂକୁନ୍ତଳା ମଲ୍ଲିକ ବିଦ୍ୟାଳୟର ବାର୍ଷିକ ବିବରଣୀ ଓ ସଫଳତା ବିବରଣୀ ପଠନ କରିଥିଲେ। ଶେଷ ପର୍ଯ୍ୟାୟରେ କାକଟପୁରର କାଳୁ ସାରଙ୍କ ନୃତ୍ୟ ନିର୍ଦ୍ଦେଶନାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ , ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଉତ୍ସବକୁ ପ୍ରଧାନଆଚାର୍ଯ୍ୟ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚାର୍ୟା ମାନେ ସହଯୋଗ କରିଥିଲେ। ଏହି ଅବସରରେ ହଜାରରୁ ଉର୍ଦ୍ଧ୍ଵ ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *