ଅନ୍ତଃ ଚେତନାର ଜାଗରିତ ସ୍ଵର ହିଁ ସାହିତ୍ୟ
ଅନ୍ତଃ ଚେତନାର ଜାଗରିତ ସ୍ଵର ହିଁ ସାହିତ୍ୟ। ଡେଲାଙ୍ଗ -ସାହିତ୍ୟ ହିଁ ଅନ୍ତଃ ଚେତନାର ଜାଗରିତ ସ୍ଵର ଓ ସାହିତ୍ୟ ମାଧ୍ୟମରେ ବିଶ୍ଵ ସମୁଦାୟ ପରିବେଶରେ ଏକ ସୁଷମ ସମନ୍ୱୟ ରକ୍ଷା କରାଯାଇ ବିନିଷ୍ଟ ମୁଖରୁ ମାନବ ଜାତିର ସୁରକ୍ଷା ସମ୍ଭବ ବୋଲି ଗଡମୋଟରୀସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସତ୍ୟ ନାରାୟଣ ଦେବ ସାହିତ୍ୟ ସମାରୋହ ଓ ରାଜ୍ୟ ସ୍ତରୀୟ କବିତା ସମ୍ମିଳନୀରେ ମାନ୍ୟ ଗଣ୍ୟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଅନୁଷ୍ଠାନର ସମ୍ପାଦକ କବି ରୋହିତ କୁମାର ଚମ୍ପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାଵଧନ ଓ ପୃଷ୍ଠପୋଷକତାରେ ଅନୁଷ୍ଠିତ ସଭାରେ ଭାରତ ସରକାରଙ୍କ ଅଧିନ ପ୍ରାକ୍ତନ ଯନ୍ତ୍ରୀ ମହେନ୍ଦ୍ର ହରିଚନ୍ଦନ ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପୂର୍ବତନ ସୂଚନା ଆୟୋଗ ଜଗଦାନନ୍ଦ ଯୋଗ ଦେଇ ପରିବେଶ ସୁରକ୍ଷା,ସ୍ଵଛ ପାନୀୟ ଜଳ,ଜଳ ସଂକଟ, ଜନସଂଖ୍ୟାର ପ୍ତଭାବ ଆଦି ସମ୍ପର୍କରେ ସଚେତନ କରାଇଥିଲେ। ସମ୍ମାନିତ ଅତିଥି ଭାବେ ବିଖ୍ୟାତ ଶିଶୁ ସାହିତ୍ୟିକ ଡଃ ହେମନ୍ତ କୁମାର ଛୋଟରାୟ, ସୁନାମଧନ୍ୟ ସୁସାହିତ୍ୟିକ ପ୍ରିୟପତ୍ର,ଶ୍ରୀଲେଖ,ଟିକିତାରା ପତ୍ରିକାର ସମ୍ପାଦକ, ଆଇନଜିବୀ କବି ବିପିନ ଦଳାଇ, ଶିକ୍ଷାବିତ୍ ଗବେଷକ ରଘୁନାଥ ଜେନା, ଐତିହାସିକ ଶିକ୍ଷାବିତ୍ ସତ୍ୟବାଦୀ ବଳିୟାର ସିଂହ ଯୋଗଦେଇ କବି, କବୟିତ୍ରୀ ଓ ସାହିତ୍ୟିକମାନଙ୍କ ମାଧ୍ୟମରେ ସମାଜରେ ପ୍ରକୃତ ଶାନ୍ତି ପ୍ରତିଷ୍ଠା ସହ ଅସମ୍ଭବକୁ ସମ୍ଭବ କରାଯାଇପାରିବ ବୋଲି ଦୃଢ ଭାବେ ସମବେତ କବିକୂଳଙ୍କୁ ଉଦ୍ ବୋଧିତ କରିଛନ୍ତି। ଏଥିରେ କବି,ନାଟ୍ୟକାର ଭଜକୃଷ୍ଣ ମହାନ୍ତି, ଅଧ୍ୟାପିକା ସୌଦାମିନୀ ବେହେରା ,କବୟିତ୍ରୀ ଚମକ ଚାନ୍ଦିନୀ ଦାଶ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲାଳିତ୍ୟପୁର୍ଣ୍ଣ ଶବ୍ଦ ପ୍ରୟୋଗ କରି ସଭା ସଂଯୋଜନା କରିଥିଲେ। ମଞ୍ଚରେ ଇଂ ପ୍ରସନ୍ନ କୁମାର ଛୋଟରାୟ, ଜଟଣୀ ସାହିତ୍ୟ ସଂସଦ ସମ୍ପାଦକ ସତ୍ୟବାଦୀ ସାହୁ, ସମାଜସେବୀ ତଥା କବି ପ୍ରଦ୍ୟୁମ୍ନ କୁମାର ପରିଡ଼ା, ବିଶିଷ୍ଟ କବି ସୁଦର୍ଶନ ପ୍ରଧାନ,ସନ୍ତୋଷ ଦାଶ, ଶରତ ପାଇକରାୟ,ନରେନ୍ଦ୍ର ମୁଦୁଲି, ରଜନୀକାନ୍ତ ପଟ୍ଟନାୟକ, କିଶୋର ଜେନା ,ରମେଶ ସ୍ଵାଇଁ, ଅଧିକାରୀ ସ୍ବାଇଁ,ପ୍ରବଚକ ଶରତ ରାଉତ, ଡଃ ପ୍ରଭାସ ପ୍ରଧାନ,କବୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ, ଜ୍ୟୋତ୍ସ୍ନାମୟୀ ସ୍ବାଇଁ,ସୌଦାମିନୀ ଚମ୍ପତ୍ତି, ବାସନ୍ତୀ ଲତା ଜେନା, ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଦିଲ୍ଲୀପ ଧାଉଡିଆ,ଶିଶୁ କବି ଶୁଭମଜିତ ଧାଉଡିଆ,ଯୁବା କବୟିତ୍ରୀ ଶୁଭଶ୍ରୀ ଦାସ, ସରସ୍ଵତୀ ସିଂ, କବି ଦିତୀକୃଷ୍ଣ ମହାନ୍ତି, ଅଶୋକ ବେହେରା,ବଂଶୀଧର ସେଠୀ,ପ୍ରଭାତ ସେଠୀ,ସନାତନ ମଲ୍ଲିକ, ଗୋଦାବରୀଶ କର, ପ୍ରଭାସିନୀ ମିଶ୍ର, ସୁଧାଂଶୁ ଲେଙ୍କାଙ୍କ ସହ ଗଞ୍ଜାମ, ପୁରୀ, ଯାଜପୁର,କଟକ, କୋଣାର୍କ, ଖୋର୍ଦ୍ଧା, ନୟାଗଡ଼, ଜଟଣୀ ,ଭୁବନେଶ୍ୱର ଆଦି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୭୦ ଜଣ କବି କବୟିତ୍ରୀ ଓ ସାହିତ୍ୟିକମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଯୋଯକ , ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵଙ୍କ ସହ ଆଇନଜିବୀ କବି ହୃଷୀକେଶ ପାଢୀ,କୃଷ୍ଣଚନ୍ଦ୍ର ପଣ୍ଡା, ରମେଶ ଚମ୍ପତ୍ତି ରାୟ, ବିଜୟ ପଟ୍ଟନାୟକ, ବସନ୍ତ ଛୋଟରାୟ,କବୟିତ୍ରୀ ସୁଷମା ଦାଶ,ନଳିନୀ ପ୍ରଭା ପଟ୍ଟନାୟକ, ନଳିନୀ ଦାଶ, ନିରୁପମା ସାହୁ,ଶୁଭେନ୍ଦ୍ର ଶତପଥୀ, ସଂସ୍କୃତି ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ, ଛାତ୍ରୀ ଶ୍ରଦ୍ଧାଞ୍ଜଳି ପାଲଟା ସିଂ, କବୟିତ୍ରୀ ଶକୁନ୍ତଳା ଚମ୍ପତ୍ତି, ଅଭିପ୍ସା ପ୍ରିୟଦର୍ଶିନୀ,ପାଲା ଗାୟକ ପ୍ରମୋଦ ଜେନାଙ୍କ ସୁଲଳିତ କଣ୍ଠରୁ ଉପସ୍ଥାପିତ ମା,ବାପା, ପରିବେଶ, ଆଜିର ସମାଜ, ସଂସ୍କୃତି ସମ୍ବନ୍ଧୀୟ ବିଭିନ୍ନ କବିତାରେ ପରିସର ଉତ୍ସବମୁଖର ହୋଇଥିଲା। ବରିଷ୍ଠ ଶିକ୍ଷକ ତଥା ସାହିତ୍ୟାନୁରାଗୀ ଗୋପାଳ ମହାପାତ୍ର, ସାହିତ୍ୟ ପ୍ରେମୀ ଗୌରାଙ୍ଗ ବେହେରାଙ୍କ ସହ ଅନ୍ୟମାନେ ଏଥିରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ସଭାରେ ସ୍ଥାନୀୟ ଛାତ୍ରୀମାନେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶଙ୍କ ନେତୃତ୍ୱରେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ।କବି ତଥା ସମାଜସେବୀ ରୋ଼ହିତ ଚମ୍ପତ୍ତିଙ୍କ ପ୍ରତିବର୍ଷ ଏଭଳି କାର୍ଯ୍ୟକୁ ସଭାରେ ଭୁରି ଭୁରି ପ୍ରଶଂସା କରାଯାଇଥିଲା। ସଭାରେ ଫକୀର ଚରଣ ପାଢୀଙ୍କ ରଚିତ ପୁସ୍ତକ ଶିଷ୍ଟାଚାର ଓ କବୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶଙ୍କ ରଚିତ ପୁସ୍ତକ ଗୃହ ବଇଦ ପ୍ରାକ୍ତନ ସୂଚନା ଆୟୋଗ ଜଗଦାନନ୍ଦଙ୍କୁ ପ୍ରଦାନ କରାଯାଇଥିଲା।
