ସମ୍ପର୍କ
ସମ୍ପର୍କ ଏପରି ଏହା କେବେ ଭୁଲି ହୁଏ ନା
ମଣିଷ ଏପରି ଯାହା ସମ୍ଫର୍କ କୁ ଡରେନା।
ସମ୍ପର୍କ ମଧ୍ୟରେ ଯଦି ଥରେ ହୁଏ ମନ୍ଦ ବୁଝାମଣା
ସଜାଡ଼ିବା ତାକୁ ଲାଗେ ଅନେକ କଳ୍ପନା।
ହୃଦୟ ମଧ୍ୟରେ ରଖ ଯଦି ଅନେକ ସପନ
କେବେକେବେ ସମ୍ପର୍କ କୁ ନଦିଅ ବନ୍ଧନ।
ଅଳ୍ପ କାମ କଲା ଲୋକ କୁହେ ବଡ ବଡ଼ କଥା
ସଦାବେଳେ ଦିଏ ସେହି ଅନ୍ଯ ମୁଣ୍ଡେ ଅନେକ ଯେ ବ୍ୟଥା।
କାଦୁଅରେ ପଶିଲେ ଯେ ଜାଣିବ ସେ ପାଣି
ଜୀବନ ମଧ୍ୟରେ ସେହି ନଦେଖାଏ ଠାଣି।
ସମ୍ପର୍କ ଦିଏ ବନ୍ଧୁତା,ଦିଏ ହୃଦୟ ର ଭାବ
ତଥାପି ଏ ମଣିଷ କରେ ନାହିଁ ତା ସଦ୍ଭାବ।
ସମ୍ପର୍କ କୁ ରଖ ଯେବେ କର ସଂଜ ମତା
ଏହା ହେବ ଜୀବନର ବଡ ମହାନତା।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
