ବିଶିଷ୍ଟ ଭାଷାବିତ୍ ପ୍ରଫେସର ଉଦୟନାଥ ସାହୁ ପାଇବେ ସତ୍ୟବାଦୀ ସପ୍ତ ସଖା ସମ୍ମାନ
ବିଶିଷ୍ଟ ଭାଷାବିତ୍ ପ୍ରଫେସର ଉଦୟନାଥ ସାହୁ ପାଇବେ ସତ୍ୟବାଦୀ ସପ୍ତ ସଖା ସମ୍ମାନ ପ୍ରଚାରକ ଅନନ୍ତ ମିଶ୍ର ସ୍ମୃତି ପରିଷଦ ଓଡ଼ିଶା ତରଫରୁ ଭକ୍ତ ସାଲବେଗ ସମାଧି ପୀଠ ପରିସରରେ ଏକ ବୈଠକ ହୋଇଥିଲା । ଅନୁଷ୍ଠାନର ସମ୍ପାଦକ ବିଜୟ କୁମାର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଡକ୍ଟର ହେମନ୍ତ କୁମାର ଛୋଟରାୟଙ୍କ ସଭାପତିତ୍ୱ କରିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ଏବଂ ସତ୍ୟବାଦୀ ଯୁଗ ଗୋଷ୍ଠୀର ଅନ୍ୟତମ ସାଥି ପୁଣ୍ୟାତ୍ମା ( ପ୍ରଚାରକ ) ପଣ୍ଡିତ ଅନନ୍ତ ମିଶ୍ରଙ୍କର 143 ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆସନ୍ତା 28 ଅକ୍ଟୋବର 2026 ବୁଧବାର ଦିନ ପୁରୀଜିଲ୍ଲା ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ସଭାପତି ଗୃହରେ ମହାଡମ୍ବରରେ ଅନୁଷ୍ଠିତ ଉତ୍ସବକୁ ” ଜାତୀୟ ତ୍ୟାଗପୂର୍ତ୍ତି ଉତ୍ସବ ” ଭାବରେ ପାଳନ କରାଯିବ ।

ଏହି ଅବସରରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରଥୀତଯଶା ବ୍ୟକ୍ତିଙ୍କ ମଧ୍ୟରେ ଭାଷାବିତ୍ ପ୍ରଫେସର ଉଦୟନାଥ ସାହୁଙ୍କୁ “ସତ୍ୟବାଦୀ ସପ୍ତସଖା ସମ୍ମାନ”, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟଙ୍କୁ “ପ୍ରଚାରକ ଅନନ୍ତ ମିଶ୍ର ସ୍ମୃତି ସମ୍ମାନ”, ଓଡ଼ିଶାର ପ୍ରଖ୍ୟାତ ବାଣୀକଣ୍ଠ ଶ୍ରୀଯୁକ୍ତ ଦୁଃଖିଶ୍ୟାମ ତ୍ରିପାଠୀଙ୍କୁ “ଉତ୍କଳ ସଂଗୀତ ରତ୍ନ ସମ୍ମାନ”, ଲବ୍ଧ ପ୍ରତିଷ୍ଠିତ ଶିଶୁସାହିତ୍ୟିକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ “ଉତ୍କଳ ଶିଶୁରତ୍ନ ସମ୍ମାନ”, ଚୌଧୁରୀ ବରଦାପ୍ରସନ୍ନ ଦାସଙ୍କୁ “ଉତ୍କଳ ଗଳ୍ପ ରତ୍ନ ସମ୍ମାନ”, ଓଡ଼ିଶାର ପ୍ରସିଦ୍ଧ ହାସ୍ୟଅଭିନେତା ରବୀନ୍ଦ୍ର ରାଉତଙ୍କୁ “ଉତ୍କଳ ହସଫୁଲ ସମ୍ମାନ” ଏବଂ ଓଡ଼ିଶାର ବରେଣ୍ୟା ପ୍ରବାଚିକା ନିର୍ମଳା ଫତେସିଂଙ୍କୁ “ଉତ୍କଳ ବାଣୀରତ୍ନ ସମ୍ମାନ”ରେ ସମ୍ମାନିତ କରାଯିବ ବୋଲି ପରିଷଦ ସ୍ଥିର କରିଅଛି। ଏହି ସଭାରେ ଡକ୍ଟର ହେମନ୍ତ କୁମାର ଛୋଟରାୟ, ବିଜୟ କୁମାର ପରିଡ଼ା, ସାମ୍ବାଦିକ ନିରଞ୍ଜନ ମିଶ୍ର, ଡକ୍ଟର ବଳରାମ ଦାଶ, ଭୀମସେନ ମହାପାତ୍ର, ପଦ୍ମଚରଣ ମହାପାତ୍ର, ଶିବାଶିଷ ସାହୁ , ମନୋରମା ଛାଟୋଇ, କାହ୍ନୁ ଚରଣ ପ୍ରଧାନ, ପଣ୍ଡିତ ସଦାଶିବ ମିଶ୍ର, ମାନୋରମା ଛାଟୋଇ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ସଭାପତି ସଭା ସାଙ୍ଗ କରି ଥିଲେ।
