ଚର୍ଚ୍ଚିତ ମୂର୍ତ୍ତି କାରିଗର.. ବିଭୁ ପ୍ରସାଦ ବରାଳ

-ବହୁଚର୍ଚ୍ଚିତ ବାମହାତୀ ମୂର୍ତ୍ତି କାରିଗର ପୁରୀଜିଲା ପିପିଲି ମଙ୍ଗଳପୁର ଗ୍ରାମର ବିଭୁପ୍ରସାଦ … ତାଙ୍କ ହାତ ତିଆରି ମୁର୍ତ୍ତୀ ଯେତିକି ଆକର୍ଷଣୀୟ, ତାଙ୍କ ବାମହାତର କଳା କୌଶଳ ସେତିକି ମନମୁଗ୍ଧକର ମଧ୍ୟ…! ସେ ଅନ୍ୟ ସବୁ କାର୍ଯ୍ୟ ଡାହାଣ ହାତରେ କରୁଥିବା ବେଳେ କାରିଗରୀର ଯାଦୁ ରହିଛି ବାମ ହାତରେ… ଆଉ ତାଙ୍କ ମାଟିଶାଳ ମୂର୍ତ୍ତିର ରହିଛି ଢେର ଚାହିଦା… କଣ ରହିଛି ଏହାର କାରଣ ଆସନ୍ତୁ ଦେଖିବା ଏହି ରିପୋର୍ଟ ରେ….!ପୁରୀଜିଲ୍ଲା ପିପିଲି ମଙ୍ଗଳପୁର ଗ୍ରାମର ବିଭୁପ୍ରସାଦ ବରାଳ… 13 ବର୍ଷ ବୟସରୁ ଘର ଛାଡ଼ି ନିମାପଡ଼ା ଓ ତେଇଶପୁର ସ୍ଥିତ ଗୁରୁଙ୍କ ଘରେ ରହି ଦୁଇଜଣ ଗୁରୁଙ୍କ ଠାରୁ କାରିଗରୀ ଶିଖିବା ପରେ ଏବେ ନିଜେ ଜଣେ ସଫଳ କାରିଗର ହେବା ସହ 8 ଜଣ ଯୁବକଙ୍କୁ ଦେଇପାରିଛନ୍ତି ରୋଜଗାର..! ନୂତନ ଜ୍ଞାନ କୌଶଳ ଓ ଯନ୍ତ୍ରପାତି ସାହାଯ୍ୟରେ ସ୍ୱଳ୍ପ ସମୟ ମଧ୍ୟରେ ତିଆରି କରୁଛନ୍ତି ବଡ଼ ବଡ଼ ମାଟି ମୂର୍ତ୍ତି… ପୂର୍ବରୁ ଏତେ ବଡ଼ ମୂର୍ତ୍ତି ନିର୍ମାଣ କରିବା ପାଇଁ ଅଧିକ ସମୟ ଓ ଶ୍ରମ ଦରକାର ପଡୁଥିବା ବେଳେ ଏବେ ସମୟ ସହିତ ବିଜ୍ଞାନ ସାଥ ଦେଇଛି… ଆଉ ଏଭଳି ସୁକ୍ଷ୍ମ ଉପାୟରେ ଉନ୍ନତ କାରୁକାର୍ଯ୍ୟ ସହିତ ବଡ଼ ବଡ଼ ମୂର୍ତ୍ତି ସ୍ୱଳ୍ପ ମୂଲ୍ୟରେ କେବଳ ବିଭୁ ହିଁ ଯୋଗାଇ ପାରୁଛନ୍ତି! ଆଗାମୀ ଦିନରେ ନିଜର ଏହି ମୂର୍ତ୍ତି ନିର୍ମାଣ ଶାଳରେ 50 ରୁ ଅଧିକ ଯୁବକଙ୍କୁ ରୋଜଗାର ଯୋଗାଇଦେବାର ଆଶା ରଖିଛନ୍ତି ବିଭୁପ୍ରସାଦ!ବାଇଟ – ବିଭୁପ୍ରସାଦ ବରାଳ – ଚର୍ଚ୍ଚିତ ବାମ ହାତୀ ଶିଳ୍ପୀ VO 2- ସେପଟେ ବିଭୁଙ୍କୁ ସହଯୋଗ କରୁଥିବା କାରିଗର ମଧ୍ୟ ଏହା କେବଳ ଟେକନୋଲୋଜି ଯୋଗୁଁ ସ୍ୱଳ୍ପ ସମୟ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରୁଛି ବୋଲି କହିଥିବା ବେଳେ ତାଙ୍କ ସହଯୋଗୀ କାରିଗର ମଧ୍ୟ ତାଙ୍କୁ ମୂର୍ତ୍ତି ନିର୍ମାଣ କାମରେ ଶ୍ରମଦାନ କରି ଭଲ ରୋଜଗାର କରୁଥିବା କହିଛନ୍ତି , ତେବେ ଆଖପାଖ ଅଞ୍ଚଳ ସହିତ ପିପିଲି,ଡେଲାଙ୍ଗ, ନିମାପଡ଼ା, ଜଟଣୀ, ପୁରୀ, ସତ୍ୟବାଦୀ ଓ ଭୁବନେଶ୍ୱରରେ ବିଭୁଙ୍କ ହାତ ତିଆରି ମୂର୍ତ୍ତିର ରହିଛି ବେଶ ଚାହିଦା! ଏହାର ସଦ୍ୟ ଓ ବାସ୍ତବ ପ୍ରମାଣ ହେଉଛି… ମାଟି ନିର୍ମିତ ମୂର୍ତ୍ତି କଞ୍ଚା ଥିବା ବେଳେ ଗ୍ୟାସ ବର୍ଣ୍ଣର ଏବଂ ମେସିନ ସ୍ପ୍ରେୟାର ସାହାଯ୍ୟରେ ମୂର୍ତ୍ତି କାମ ଚାଲିଛି… ତେବେ ପାର୍ବଣର ଭିଡ଼ ଭିତରେ ସ୍ୱଳ୍ପ ସମୟ ଓ ସୁଲଭ ମୂଲ୍ୟ ଯୋଗୁଁ ସେ ବେଶ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କ ହାତ ନିର୍ମିତ ମୃଣୟ ମୂର୍ତ୍ତିର ରହିଛି ଭଲ ଚାହିଦା!

Leave a Reply

Your email address will not be published. Required fields are marked *