ବନାଖଣ୍ଡି ପଞ୍ଚାୟତ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
କୋଣାର୍କ, ୧୩.୦୯- କୋଣାର୍କ ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ପୀଠରେ ଗୋପ ବ୍ଲକ ବାଲିକପିଳେଶ୍ୱର ମଣ୍ଡଳ ବନାଖଣ୍ଡି ପଞ୍ଚାୟତ ବିଜେପି ପକ୍ଷରୁ କର୍ମୀ ମାନଙ୍କୁ ନେଇ ରବିବାର ମଧ୍ୟାହ୍ନରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ପ୍ରମୁଖ ଅଶୋକ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ଜିଲ୍ଲା ସଧାରଣ ସମ୍ପାଦକ ରଶ୍ମି ରଞ୍ଜନ ବିଶ୍ଵାଳ, ମଣ୍ଡଳ ସଭାପତି ଦିଲ୍ଲୀପ ପ୍ରଧାନ, ସରପଞ୍ଚ ଜଳନ୍ଧର ବେହେରା, ସହ ପ୍ରମୁଖ ଲୋକନାଥ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହି ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା। ବନାଖଣ୍ଡି ପଞ୍ଚାୟତ ବିଜେପି ପକ୍ଷରୁ ୧୮ଟି ୱାର୍ଡ଼ରେ କମିଟି ଗଠନ ସହ ପ୍ରତି ୱାର୍ଡ଼ରେ ସଭାପତି ଓ ସମ୍ପାଦକ ଚୟନ କରାଯାଇଥିଲା। ଏଥି ସହିତ ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଚୟନ ମଧ୍ୟ ହୋଇଥିଲା। କୃଷକ ମୋର୍ଚ୍ଚା ସଭାପତି ଭାବେ ରାଧେଶ୍ୟାମ ରାଉତ, ଯୁବ ମୋର୍ଚ୍ଚା ସଭାପତି ଭାବେ ବିଘ୍ନେସ ନାୟକ, ଏସସି ମୋର୍ଚ୍ଚା ସଭାପତି ଭାବେ ରବୀନ୍ଦ୍ର ଦାସ ପ୍ରମୁଖ ଚୟନ ହୋଇଥିଲେ। ପଞ୍ଚାୟତ ଶୃଙ୍ଖଳା କମିଟି ସଭ୍ୟ ଭାବରେ ପ୍ରଶାନ୍ତ ନାୟକ, ପ୍ରଭାତ କୁମାର ସ୍ବାଇଁ, ଅକ୍ଷୟ ପ୍ରଧାନ, କାର୍ତ୍ତିକେଶ୍ୱେର ପରିଡ଼ା ଦାୟିତ୍ଵ ଗ୍ରହଣ କରିଛନ୍ତି। ସେହିପରି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଡଲି ବରାଳ, ଉପ ସଭାନେତ୍ରୀ ଭାବେ ଅନ୍ନପୂର୍ଣ୍ଣା ଜେନା, ସସ୍ମିତା ସ୍ବାଇଁ , ସମ୍ପାଦିକା ଭାବେ ଲିନାରାଣୀ ଜେନା ଓ ରଞ୍ଜିତା ପରିଡାଙ୍କୁ ଚୟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଜେଡ଼ି ଓ କଂଗ୍ରେସ ଦଳର ୫୦ରୁ ଅଧିକ କର୍ମୀ ବିଜେପି ସରକାରଙ୍କ ଲୋକପ୍ରିୟତା ଦେଖି ଦଳରେ ମିଶିଥିଲେ। ସେମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରାଯାଇ ସାମିଲ କରାଯାଇଥିଲା। ଏହି ବୈଠକରେ ପଞ୍ଚାୟତର ୩୦୦ ରୁ ଅଧିକ କର୍ମୀ ଯୋଗ ଦେଇଥିବା ବେଳେ ସୁଦର୍ଶନ ନାୟକ, ସିକନ୍ଦର ପରିଡ଼ା, ନିରଞ୍ଜନ ସ୍ବାଇଁ, ବୁଲୁ ପାଣ୍ଡିଆ, ପ୍ରଶାନ୍ତ ସ୍ବାଇଁ, ପ୍ରୁଥିରାଜ୍ ସାହୁ ଓ ସନ୍ତୋଷ ସ୍ବାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
