ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାୟଗଡ଼ା ପରିସରରୁ ବିରାଟ ଅଜଗର ସାପ ଉଦ୍ଧାର
ରାୟଗଡା ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ବିଦ୍ୟାଳୟ ପରିସରରେ ଏତେବଡ ସାପକୁ ଦେଖି ଛାତ୍ର ଛାତ୍ରୀ, ଶିକ୍ଷକ ,ଶିକ୍ଷୟିତ୍ରୀ ସମସ୍ତେ ଭୟଭୀତ ହୋଇ ଯାଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀ ଏତେବଡ ସାପକୁ ଦେଖି ଧରିବାକୁ ସାହସ ଜୁଟାଇ ପାରିନଥିଲେ । ପରେ ସ୍ଥାନୀୟ ଅଟୋ ଚାଳକ ପ୍ରଦୀପ ଙ୍କ ସହାୟତା ନିଆ ଯାଇଥିଲା ।ସେ ସାପଟିକୁ ଧରି ଆଖାରେ ପୁରାଇ ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ବନବିଭାଗ ଅଜଗରଟିକୁ ନେଇ ଜଙ୍ଗଲ ମଧ୍ୟରେ ଛାଡ଼ି ଥିବା ସୂଚନା ମିଳିଛି । ସହର ଭିତରେ କାହାଘରେ ସାପ ପଶିଥିଲେ ଖୋଜା ପଡନ୍ତି ଅଟୋ ଚାଳକ ପ୍ରଦୀପ । ପ୍ରଦୀପ ସ୍କୁଲ ଭିତରୁ ସାପ ଉଦ୍ଧାର କରି ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ନ ବିପଦରୁ ରକ୍ଷା କରିଥିବାରୁ ସମସ୍ତେ ଭୂରି ଭୂରି ପ୍ରଶଂସା କରୁଛନ୍ତି ।
ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।
