କୋଇଲାଖଣି ଦ୍ଵାରା ନିଆଁଲାଗି ନିତିଦିନିଆ ରାସ୍ତାର ଅବସ୍ଥା ସଙ୍କଟାପନ୍ନ

ତାଳଚେରର ଜଗନ୍ନାଥ ଖଣି ଓ ଅନନ୍ତପୁର ଖଣି ମଧ୍ୟଭାଗରେ ଅବସ୍ଥିତ ପଞ୍ଚାୟତ ରାସ୍ତାଟି ବର୍ତ୍ତମାନ ଅତି ବିପଦ ସଙ୍କୁଳ ଅବସ୍ଥାରେ। ଉକ୍ତ ରାସ୍ତା ଦେଇ ୪ ଟି ପଞ୍ଚାୟତ ର ଲୋକ ଯାତାୟାତ କରୁଛନ୍ତି। କୌଣସି ମୁହୂର୍ତ୍ତରେ ଉକ୍ତ ରାସ୍ତାଟି ଭୂସ୍ଖଳନ ହୋଇ ଜନଜୀବନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସୋଲଡା, ବାଜିପୁର,କନ୍ଧ ବେରେଣି, ଲକେଇପଶି,ଦାଶରଥି ପୁର, ଯୋରାଗାଡ଼ିଆ ଇତ୍ୟାଦି ଗ୍ରାମର ଲୋକମାନେ ଯାତାୟାତ କରୁଛନ୍ତି। ଦୈନିକ ଛାତ୍ର,ଛାତ୍ରୀ ମାନେ ଡେରା ସ୍କୁଲକୁ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଜଗନ୍ନାଥ,ଅନନ୍ତପୁର, ଭରତପୁର CGM ଏହା ଉପରେ ଦୃଷ୍ଟି ଦେଇ ଯଥାଶୀଘ୍ର ନୂତନ ରାସ୍ତା ତିଆରି କରିବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି। ନିକଟରେ ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ର ବାର୍ଷିକ ଉତ୍ସବ ନଅଦିନ ବ୍ୟାପୀ ଆରମ୍ଭ ହେବାକୁ ଯାଉଅଛି। ଉକ୍ତ ରାସ୍ତାଦେଇ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଯାତାୟାତ କରିବେ। ତେଣୁ ଯଥା ଶୀଘ୍ର ରାସ୍ତା ତିଆରିକରି ଶ୍ରଦ୍ଧାଳୁଙ୍କ ନିରାପଦ ପ୍ରତି କତୃପକ୍ଷ ଦୃଷ୍ଟି ଦେବାପାଇଁ ଅନୁରୋଧ କରାଯାଇଛି। ରାସ୍ତା ପାର୍ଶ୍ବରେ ଲାଗିଥିବା ନିଆଁ କୁ ଆୟତ କରି ଶୀଘ୍ର ନିର୍ବାପିତ କରିବାକୁ ଚେଷ୍ଟା ନକଲେ କୌଣସି ଅଘଟଣ ଘଟିବାର ସମ୍ଭାବନା ରହିଛି। ଦେଖିବାର ରହିଲା mcl କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛନ୍ତି।

Leave a Reply

Your email address will not be published. Required fields are marked *