ଦୁର୍ଘଟଣାରେ ଶିଶୁମୃତ,କ୍ଷତିପୂରଣ ଦାବିରେ ରାସ୍ତାରୋକ
ଫୁଲବାଣୀ:-୨୦/୧୦- କନ୍ଧମାଳ ଜିଲ୍ଲା ଖଜୁରୀ ପଡ଼ା ବ୍ଲକ ସଦର ଥାନା ସୁଡୁକୁମ୍ପା ଫାଣ୍ଡି ଅନ୍ତର୍ଗତ ଫୁଲବାଣୀ ରୁ HB ବୌଦ୍ଧ ଜିଲ୍ଲା ବୋଡ଼ର୍ର ଗୋଟେ ମୁଣ୍ଡା ଥରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଶବକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ ହୋଇଛି ଓ ରାସ୍ତାର ତିନୋଟି ସ୍ଥାନରେ ହୋମସ ବସାଇବାକୁ ଦାବୀ କରିଛନ୍ତି।ସ୍ଥାନୀୟ ବାସିନ୍ଦା ବିଚାନ୍ଦ ପ୍ରଧାନଙ୍କ ପୁଅ ବିନାୟକ ପ୍ରଧାନ(୪)ବର୍ଷ ବୋଲି ଜଣାପଡ଼ିଛି।ଘଟଣାଟି ଦିନ ୨ ଟା ରେ ଘଟିଥିବାବେଳେ ଖବର ଲେଖା ଗଲା ବେଳକୁ ପୋଲିସ ପହଞ୍ଚି ନଥିଲେ ରାସ୍ତା ରୋକ ଅବ୍ୟାହତ ରହିଛି।
