ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ ପାଳନ

ନୟାଗଡ଼ ର, 19/4:ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ରୋଟାରୀ କ୍ଲବର ପ୍ରତିଷ୍ଠାତା ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। କ୍ଲବ୍‌ର ସଭାପତି ବସିରନ ବିବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରୋଟାରୀର ସେବା ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପଲ୍ ହ୍ୟାରିସ୍ 1868 ମସିହା ଅପ୍ରେଲ 19ରେ ଜନ୍ମଗ୍ରହଣ କରିଥିଲେ। 1905 ମସିହାରେ ନିଜର କିଛି ବନ୍ଧୁ ମାନଙ୍କୁ ନେଇ ଆମେରିକା ର ଚିକାଗୋ ସହରରେ ରୋଟାରୀ କ୍ଲବ ର ସ୍ଥାପନା କରିଥିଲେ।ଏହି ଅବସରରେ ନୟାଗଡ଼ର ପ୍ରସିଦ୍ଧ ‘ଛେନାପୋଡ଼’ କାଟି ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ ପାଳନ କରାଯାଇଥିଲା, ଯାହା ଏହି ଉତ୍ସବରେ ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲା। ଉପସ୍ଥିତ ରୋଟାରିଆନ ମାନେ ପଲ୍ ହ୍ୟାରିସ୍‌ଙ୍କ ସ୍ମୃତି ଚାରଣ କରିବା ସହ ବିଶ୍ୱଶାନ୍ତି ଓ ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ରେ କ୍ଲବ୍‌ର ଉପସଭାପତି ମଦନମୋହନ ମହାପାତ୍ର, ବରିଷ୍ଠ ସଦସ୍ୟ ଜି ରଶ୍ମିରାଜ୍, ମିହିର ରଞ୍ଜନ ନାୟକ, ପ୍ରଶାନ୍ତ ପଟ୍ଟନାୟକ, ଶ୍ରୀକୁମାର ରଥ, ବାସୁଦେବ ସାହୁ, ଦେବାଶିଷ ପଟ୍ଟନାୟକ, ଦିଲ୍ଲୀପ ମିଶ୍ର ଏବଂ ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପଲ୍ ହ୍ୟାରିସ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମାଜର କଲ୍ୟାଣ ପାଇଁ ରୋଟାରୀର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ସଦସ୍ୟମାନେ ଏହି ଅବସରରେ ସଂକଳ୍ପ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *