ରୋଟାରୀ କ୍ଲବର ଡିଫିଟ୍ ଡାଇବେଟିସ କାର୍ଯ୍ୟକ୍ରମ
ନୟାଗଡ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଡାଇବେଟିସ ପରୀକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ ଖଣ୍ଡପଡା ବ୍ଲକ ସ୍ଥିତ ଶିଖରପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ୧୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ଡାଇବେଟିସ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ଗ୍ରାମରେ ଆୟୋଜନ କରିବାର ଲକ୍ଷ ରହିଛି ବୋଲି ସୁଚନା ଦେଇଛନ୍ତି ନୟାଗଡ଼ ରୋଟାରୀ କ୍ଲବର ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକ । ଏ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୋଟାରୀ କ୍ଲବ ସଂପାଦକ ମିହିର ରଞ୍ଜନ ନାୟକ, ରୋଟାରୀ କ୍ଲବର ସଦସ୍ୟ ବ୍ରଜେନ୍ଦ୍ର ପଟ୍ଟନାୟକ, ପ୍ରବିର ପୃଷ୍ଟି, ବାସୁଦେବ ସାହୁ, ଆଦିତ୍ୟ ମିଶ୍ର ଏବଂ ଆର.ସି.ସି. ଶିଖରପୁର ର ସଭାପତି, ସଂପାଦକ ଓ ସଦସ୍ୟମାନେ । ସ୍ଥାନୀୟ ଗ୍ରାମବାସୀମାନେ ରୋଟାରୀ କ୍ଲବର ଏ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”।
