ରାଉରକେଲା–ଭୁବନେଶ୍ୱର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର, ୧୭ ଅଗଷ୍ଟ ୨୦୨୬:ଲିଙ୍କ୍ ଟ୍ରେନ ବିଳମ୍ବ ହେବା କାରଣରୁ ଟ୍ରେନ ନମ୍ବର ୨୨୮୪୦ ଭୁବନେଶ୍ୱର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍ ୧୮ ଅଗଷ୍ଟ ୨୦୨୬ ତାରିଖରେ ବାତିଲ ରହିବ। ସେହିପରି, ଟ୍ରେନ ନମ୍ବର ୨୨୮୩୯ ରାଉରକେଲା–ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟ ୧୮ ଅଗଷ୍ଟ ୨୦୨୬ ତାରିଖରେ ବାତିଲ ରହିବ।ଯାତ୍ରୀମାନଙ୍କୁ ଟ୍ରେନ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ ଯାଞ୍ଚ କରିପାରିବେ।

Leave a Reply

Your email address will not be published. Required fields are marked *