ଲକ୍ଷ୍ମୀ ବସ ରୁ ହଟିଲା ନବୀନ ଓ ଯୋଡି ଶଙ୍ଖ ଚିହ୍ନ

ଧରାକୋଟ :-୦୭/୦୬ ରାଜ୍ୟର ଗ୍ରାମାଞ୍ଚଳର ଜନସାଧାରଣଙ୍କ ସୁଷମ ପରିବହନ ସେବାକୁ ସହଜ କରିବା ପାଇଁ ନବୀନ ସରକାର ଗତ ଫେବୃୟାରୀ ମାସ 22 ତାରିଖ ଠାରୁ ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ ସେବା। ସମଗ୍ର ରାଜ୍ୟର ବ୍ଲକ ପାଇଁ ପ୍ରାୟ 1400 ବସ ଏବେ ବିଭିର୍ନ ବ୍ଲକରେ ଗଦୁଛି । ଲକ୍ଷ ରହିଥିଲା ପଞ୍ଚାୟତ ର ବିଭିନ୍ନ ଗାଁ ରୁ ବ୍ଲକ ସଦରମହକୁମା ଓ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ଏହା ଲୋକଙ୍କୁ ଯୋଡ଼ି ପ୍ରଶାସନିକ କାର୍ଯ୍ୟ କୁ ସରଳୀକରଣ କରିବ । ଧିରେ ଧିରେ ଲୋକଙ୍କ ଆଶା ଭରଷା ଓ ବିଶ୍ୱାସ କୁ ଆଗକୁ ସୁଦୃଢ଼ କରୁଥିବା ଏହି ବସ ସେବା ଏବେ ରାଜ୍ୟରୁ ନବୀନ ସରକାର ହଟାଇବା ଏହାର ଆଗାମୀ ଭବିଷ୍ୟତ ସନ୍ଦିହାନ ହୋଇ ପଡ଼ିଛି । ନବୀନ ଓଡିଶା ଗତିଶୀଳ ଓଡ଼ିଶା ଡାକ ଦେଇ ଲୋକଙ୍କ ଆସ୍ଥାଭାଜନ ହେବା ଅବସ୍ଥାରେ ଏଥିରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି। ଓଡ଼ିଶା ରାଜ୍ୟ ପରିବହନ ବିଭାଗର ସମ୍ପୂର୍ଣ ହପୋଜତ ରେ ଚାଲିଥିବା ଏହି ଲକ୍ଷ୍ମୀ ବସ ଗୁଡିକରୁ ଗତ ବୁଧବାର ରାତିରେ ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ବସ ରେ ଲାଗିଥିବା ନବୀନ ପଟ୍ଟନାୟକ,ଯୋଡି ଶଙ୍ଖ ଓ ନର୍ତ୍ତକୀ ଷ୍ଟିକର କୁ ହଟାଇ ଦିଆ ଯାଇଛି। ଏଥିରେ କେବଳ ରାଜ୍ୟ ପରିବହନ ବିଭାଗର ଲୋଗୋ ରହିଛି । ସଂପ୍ରତି ଧରାକୋଟ ବ୍ଲକ ପାଇଁ ଚାରୋଟି ବସ ଗତ ଫେବୃଆରୀ ମାସ ରୁ ନିରବଛର୍ଣ ଭାବରେ ସବା ସାବା, ବଳରାମ ପୁର ଓ ମାଛାକୋଟ ଲାଇନ ରେ ପରିବହନ ସେବା ଯୋଗାଇ ଆସୁଛନ୍ତି । ଏଥି ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ 15 ଜଣ ପରୀଦର୍ଶକ,ଡ୍ରାଇଭର,କଣ୍ଡକ୍ଟର ଓ ସଫେଇ କର୍ମଚାରୀ ନିଯୁକ୍ତି ପାଇ ଲୋକଙ୍କୁ ସୁଚାରୁ ରୁପେ ସେବା ଯୋଗାଇ ଆସୁଛନ୍ତି । ଏପରି ସ୍ଥଳେ ବି ଜେ ଡି ସରକାର ର ପତ୍ତନ ହେବା ଓ ଗାଡ଼ି ଗୁଡିକରୁ ଷ୍ଟିକର ଖୋଲାଯିବା ପରେ ଲୋକଙ୍କ ମଧ୍ୟରେ ବସ ସେବା ର ସ୍ଥାୟୀତ୍ବ ନେଇ ସନ୍ଧେହ ସୃଷ୍ଟି ହୋଇଛି । ଏଣୁ ଲୋକ ମାନଙ୍କୁ ଉତ୍ତମ ପରିବହନ ସେବା ଯୋଗାଇ ଦେଉଥିବା ଏହି ବସ ସେବାକୁ ନୂତନ ସରକାର ସ୍ଥାୟୀ କରିବା ପାଇଁ ବ୍ଲକ ସ୍ତରରେ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *