ସ୍ୟାଣ୍ଡଆର୍ଟ
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ବାଲୁକା ସ୍ଥାପତ୍ତ୍ୟକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏହା ୧୫ ଫୁଟ ଓସାର ବିଶିଷ୍ଟ, ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି । ଆମର ଜାତିର ପିତା ମହାତ୍ମା ଗାନ୍ଧୀ ଯିଏ କି ଆମର ପ୍ରିୟ ବାପୁ ନାମରେ ପରିଚିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଚିରସ୍ମରଣୀୟ ରଖିବା ଉପଲକ୍ଷେ ଏହି ବାଲୁକା କଳା ନିର୍ମାଣ କରାଯାଇଛି । ଏଥିରେ ମାନସ କୁମାର ସାହୁ “Happy Gandhi Jayanti’ ର ବାର୍ତ୍ତା ଦେଇଛନ୍ତି
