ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୧ତମ ଜନ୍ମ ଦିବସ ଉପଲକ୍ଷେ ବାଲୁକାକୃତି
ଆଜି ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୧ତମ ଜନ୍ମ ଦିବସ। ଏହି ଉପଲକ୍ଷେ ପୁରୀ ସୁବର୍ଣ୍ଣ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି। ନିଖୁଣ କଳାକୃତି ଜରୀଆରେ ମୋଦିଜୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି। ଶହଶହ ସାମୁଦ୍ରିକ ସାମୁକା ଓ ଅନ୍ୟାନ୍ୟ ସାମଗ୍ରୀ ବ୍ଯବହାର କରି ଟନଟନ ବାଲିରେ ଗଢିଥିବା ଏହି ବାଲୁକା କୃତିଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରିଛନ୍ତି। ଏଥିରେ ମୋଦିଜୀଙ୍କ ଅବିକଳ ପ୍ରତିକୃତି ପ୍ରଦର୍ଶିତ ହେବା ସହ ଶୁଭେଛା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।,,,
