ପାଞ୍ଜି କଣ୍ଟ୍ରୋଭର୍ଷି

ପୁରୀ ମୁକ୍ତିମଣ୍ଡପ ପଣ୍ଡିତସଭା ସ୍ବୀକୃତ ପଞ୍ଜିକା ଦ୍ବୟରେ ପୁନର୍ବାର ଗୁରୁତର ତ୍ରୁଟି ଦେଖାଦେଇଛି।ରାଜ୍ୟବାସୀ ମୁକ୍ତିମଣ୍ଡପ ପଣ୍ଡିତସଭା ସ୍ବୀକୃତ ପଞ୍ଜିକାକୁ ନିର୍ଭୁଲ ବିବେଚନା କରୁଥିବାବେଳେ କିଛିବର୍ଷ ଧରି ଏଥିରେ ଗୁରୁତର ତ୍ରୁଟି ରହୁଥିବାରୁ ଓଡ଼ିଶାବାସୀ ଦ୍ବନ୍ଦରେ ରହୁଛନ୍ତି। ଚଳିତବର୍ଷ ପାଇଁ ମୁକ୍ତିମଣ୍ଡପ ପଣ୍ଡିତସଭା ରାଧାରମଣ ଓ କୋହିନୂର ପ୍ରେସ ପଞ୍ଜିକା ଦ୍ବୟକୁ ସ୍ବୀକୃତି ଦେଇଛି। ବୈଶାଖ ଏବଂ ଶ୍ରାବଣ ପୂର୍ଣ୍ଣିମାର ଚନ୍ଦ୍ର ପୂଜା ସହ ଶ୍ରାବଣ କ୍ରୁଷ୍ଣ ଚତୁର୍ଦ୍ଦଶୀ ଉପବାସ ପଞ୍ଜିକା ଦ୍ବୟରେ ଭିନ୍ନ ଦିନ ରହିଥିବା ବେଳେ ବର୍ଷସାରା ତିଥି, ରାଶି, ନକ୍ଷତ୍ର, ଯୋଗ, କରଣ, (ପଂଚାଙ୍ଗ) ବ୍ଯାପ୍ତ ସହ ସମସ୍ତ ଗହଚଳନ ସମୟର ପାରଷସ୍ପରୀକ ଅମେଳ ରହିଛି। ଏବର୍ଷ ସୁନିଆଁ କୋହିନୂର ପ୍ରେସ ପଞ୍ଜିକା ରେ ୧୭/୯/୨୧ ଏବଂ ରାଧାରମଣ ପ୍ରେସ ପାଞ୍ଜିରେ ୧୮/୯/୨୧ ରହିଛି। ଏହିଦିନ ପୁରୀ ଗଜପତିଙ୍କ ନୂତନ ଅଙ୍କ ଏବଂ ଉତ୍କଳୀୟ ନବବର୍ଷ ଆରମ୍ଭ ହୋଇଥାଏ।ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପଞ୍ଜିକାକାର ମାନଙ୍କର ସମନ୍ବୟ ବୈଠକ ସତ୍ବେ ଏଇ ତ୍ରୁଟି ପଣ୍ଡିତସଭାର ନିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ପଞ୍ଜିକା ଦ୍ବୟରେ ପାରଷସ୍ପରୀକ ତ୍ରୁଟି ରହୁଥିବାରୁ ଜନ୍ମ ଜାତକ ପ୍ରସ୍ତୁତି, ଶ୍ରାଦ୍ଧ ଦିବସ ଓ ମୃତ ପୁଷ୍କରଦୋଷ ନିର୍ଣ୍ଣୟ ପରି ପ୍ରତ୍ଯେକ ଶୁଭାଶୁଭ କାର୍ଯ୍ୟକୁ ପ୍ରଭାବିତ କରିବା ସ୍ବାଭାବିକ ବୋଲି ଜ୍ୟୋତିର୍ବିଦ କହିଛନ୍ତି।

Leave a Reply

Your email address will not be published. Required fields are marked *