ଆମ ପରିବାର ଦିବଦିପ କାସେଟର ଉନ୍ମୋଚନ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଭଦ୍ରକ, ୯/୧୧– ଭଦ୍ରକ ଜିଲ୍ଲା ଆଗରପଡା ଠାରେ ଦିବ୍ୟ ଦିପ ଓଡିଓ କାସେଟର ମହୁରତ ଓ ପ୍ରତିଭା ଅନେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଧ୍ୟାହ୍ନରେ ସଂଚାର କଳାକେଦର ଛାତ୍ର ଛାତ୍ରୀ କ ଦ୍ଵାରା ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ବରିଷ୍ଠ ନାଗରିକ ସୁବାଷ ଦାଶ, କୈଳାସ ଚନ୍ଦ୍ର ଧଳ ଓ ନୃତ୍ୟ ଗୁରୁ ଶୁଭେନ୍ଦୁ ଲେଙ୍କା, ଶ୍ରଦ୍ଧାଞଳି ସାହୁ ପରିଚାଳନା କରିଥିଲେ। ଅପରାହ୍ନରେ ଆୟୋଜିତ ସଭାକୁ ମଂଚର ସଭାପତି ସାମ୍ବାଦିକ ହେମନ୍ତ ସିଂହ ପୈରହିତ କରିଥିଲେ। ଏଥିରେ ଉଦ୍ଘାଟକ ଭାବେ ବର୍ଷିୟାନ ସମାଜ ସେବୀ କୈଳାସ ଚନ୍ଦ୍ର ବଳ ଯୋଗଦେଇ ଥିଲେ। ପତିତପାବନ ସେବାସଂଘର ଜଗନ୍ନାଥ ଦାସ ମହାରାଜ, ବିଶିଷ୍ଟ କଣ୍ଠଶିଳ୍ପୀ ନରେନ୍ଦ୍ର କୁମାର, ସମାଜ ସେବିକା ମମତା ମହାନ୍ତି,ଆଇନଯିବି ମନୋଜ ରାୟ, କବୟିତ୍ରୀ ଅନପୃଣା ଦାଶ, ତୃତୀୟ ଲିଙ୍ଗ ସଭାନେତ୍ରୀ କାଜଲ ନାୟକ, ସମାଜ ସେବୀ ଅଶୋକ କୁମାର କବି ପ୍ରମୁଖ ଯୋଗଦେଇ ସଂସ୍କୃତ ଓ ସଂସ୍କୃତି ବିନା ଆମର ପରିଚୟ ଅଧୁରା ବୋଲି କହିଥିଲେ। ମୁଖ୍ୟ ବକ୍ତା ନରେନ୍ଦ୍ର କୁମାର ଧାର୍ମିକ,କଳା ଓ ସାହିତ୍ୟ ର ମାଟି ଆଗରପଡା ବୋଲି କହି ଏଠାରେ ବହୁ ଧାର୍ମିକ କଳାକାର ଅଗଭୂମି ନିଭାଇଥିବା ସହ କୁନି କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରି ସେମାନଙ୍କୁ ପ୍ରଶଂସା ପତ୍ର ଦେବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।ଏହି ଅବସରରେ ମନ୍ମଥ ମିଶ୍ର କ ସଂଗିତ ନିର୍ଦେଶନାରେ ଆଧାମିକ ଦିବ ଅଡିଓ କ୍ୟାସେଟ କୁ ଉନ୍ମୋଚନ କରାଯାଇଥିଲା। ନୃତ୍ୟ ଗୁରୁ ଶୁଭେନ୍ଦୁ ଲେଙ୍କା,ଲଖମିପିୟା ଦାସ,ଖିରାଧି ତନୟା ଦାସ,ଅତସି ବାରିକ,ସୁଇଟ ସ୍ୱପ୍ନା,ବଦନା ପ୍ରିୟଦର୍ଶନି ଜେନା କୁ ସମଧିତ କରାଯାଇଥିଲା। ଶେଷରେ କଣ୍ଠଶିଳ୍ପୀ ନରେନ୍ଦ୍ର କୁମାର ଭଜନ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *