ସଂକୀର୍ତ୍ତନ କଳାକାରମାନେ ମୋକ୍ଷ ପ୍ରଦାୟୀ : ମହାସଂଘ ଉପଦେଷ୍ଟା

ଲୁଦୁଲୁଦି (ବେଲଗୁଣ୍ଠା), ତା. ୧୯/୦୫ : କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା କଳାକାର ମହାସଂଘ” ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ଲୁଦୁଲୁଦି ଚତୁର୍ବିଂଶ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପନୀ ସଭାରେ ସଂକୀର୍ତ୍ତନ କଳାକାରମାନଙ୍କୁ ମହାସଂଘ ଏବଂ ଗ୍ରାମୀଣ କମିଟି ତରଫରୁ ସମ୍ବର୍ଦ୍ଧିତ କରିଥିଲେ। ସେ ସଂକୀର୍ତ୍ତନ କଳାକାରମାନେ ସମାଜକୁ ମୋକ୍ଷ ପ୍ରାପ୍ତିରେ ସହାୟତା କରୁଥିବା ହେତୁ ସେମାନେ ଧନ୍ୟଵାଦାର୍ହ ବୋଲି ତାଙ୍କ ଉଦଯାପନୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଯୁବକ ସଂଘ ସଭାପତି ସାଗର ବରଡ଼, ସମ୍ପାଦକ ବିକ୍ରମ ଜେନା, ଗ୍ରାମ ସଭାପତି ସୁରେନ୍ଦ୍ର କୁମାର ଜେନା, କୋଷାଧ୍ୟକ୍ଷ ମାନସ ଷଡ଼ଙ୍ଗୀ ପ୍ରମୁଖ ମଂଚାସୀନ ଥିବାବେଳେ ଗ୍ରାମ୍ୟ କମିଟି ସମ୍ପାଦକ କାହ୍ନୁ ଚରଣ ଷଡ଼ଙ୍ଗୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଚଳିତ ମାସ ୧୪-୧୮ ପଞ୍ଚଦିବସୀୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଲୁଦୁଲୁଦି, ଗାଙ୍ଗପୁର, ଡେହୁକା, ବଳରାମପୁର, ବଡ ବୋରସିଂ ଆଦି ଗ୍ରାମର ସଂକୀର୍ତ୍ତନ ଦଳମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ମୋଚିରାମ ସ୍ୱାଇଁ, ସୁଦାମ ସ୍ୱାଇଁ, ପ୍ରମିତ ସ୍ୱାଇଁ, ଶିବରାମ ବେହେରା, ଟିଟିରାମ ନାୟକ, ବୁଦୁ ଗୌଡ଼, ଯୁଦ୍ଧିଷ୍ଠିର ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଲକ୍ଷ୍ମୀ ନାରାୟଣ ଗୌଡ଼ଙ୍କ ସମେତ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଗ୍ରାମ୍ୟ କମିଟି କୋଷାଧ୍ୟକ୍ଷ ମାନସ ଷଡ଼ଙ୍ଗୀ ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *