ବନ ବିଭାଗ ପକ୍ଷରୁ ଚାରା ବଣ୍ଟନ

ତିର୍ତ୍ତୋଲ:କଟକ ବନଖଣ୍ଡ ଅଧିନସ୍ଥ ଜଗତସିଂହପୁର ବନାଞଳ ପକ୍ଷରୁ ଚଳିତବର୍ଷ ପାଇଁ ଚାରା ବିତରଣ କେନ୍ଦ୍ର ତିର୍ତ୍ତୋଲ ବାଲିପାଟଣା ରେ ଖୋଲି ଯାଇଅଛି। ତାର ଦୁଇଶହ ମିଟର ଦୂରରେ ବାଲିପାଟଣା ନଦୀ କଡ଼ରେ ମଧ୍ୟ ବନ ବିଭାଗ ଦ୍ବାରା ଏହି ଚାରା ବିତରଣ ପାଇଁ ଜିଏମ୍ ଏମ୍ ନର୍ସରୀ ରହିଛି।ଚାରା ବିତରଣ କେନ୍ଦ୍ର ରେ ତିର୍ତ୍ତୋଲ ବନ କର୍ମଚାରୀ ବିଜୟୀନି ବିଶ୍ଵାଳ ଙ୍କ ଦ୍ବାରା ଲୋକମାନଙ୍କୁ ଏକ ଟଙ୍କା ରେ ବିଭିନ୍ନ ପ୍ରକାର ଚାରା ବଣ୍ଟନ ବଣ୍ଟନ କରାଯାଉଛି। ଏଥିରେ ଅର୍ଜୁନ,ଡାଲିମ୍ବ,ଶିଶୁ,ଆକାଶିଆ, ପିଜୁଳି,ଆତ, ଝାଉଁ,ଶାଗୁଆନ ଆଦି ବିଭିନ୍ନ ପ୍ରକାରର ଚାରା ଏଠାରେ ବଣ୍ଟନ କରାଯାଉଛି। ଯେଉଁ ମାନେ ଚାହିଁବେ ଏଠାରେ ନିଜର ପରିଚୟ ପତ୍ର ପ୍ରଦାନ କରି ଏଠାରେ ଚାରା ମଧ୍ୟ ନେଇ ପାରିବେ। ଏତତ୍ ବ୍ୟତୀତ ତାର୍ତ୍ତୋଲ ରେ ଆଇ ଜି ସି ନର୍ସରୀ ରେ ୪୦ ହଜାର, ତାର୍ତ୍ତୋଲ ଏମ୍ ଜି ଏନ୍ଆରଜିଏସ ରେ ୨୦ ହଜାର,ବାଲି ପାଟଣାରେ ୩୫ ହଜାର,ଏନ ଆରଜିଏସ୍ ରେ ୧୦ ହଜାର। ଗୋବିନ୍ଦପୁର ରେ ୪୦ ହଜାର, କିଲିପାଳ ୩୫ ହଜାର,କୋଲଟା ଏମ୍ ଜି ଏମ୍ ଆର ଜିଏସ୍ ରେ ୨୦ ହଜାର ବଣ୍ଟନ ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏନ୍ ଆରଜିଏସ୍ ରେ ଥିବା ଚାରା ଗୁଡ଼ିକ ମାଗଣା ଦିଆ ଯାଉଥିବା ବେଳେ ଅନ୍ୟ ଚାରା ଗୁଡ଼ିକ ଏକ ଟଙ୍କା ରେ ଦେବାପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *