ଅନସ୍ଥା ପ୍ରସ୍ତାବ ରେ ହାରିଲେ ସରପଞ୍ଚ.. ରଦ୍ଦ ହେଲା ସରପଞ୍ଚ ପଦବୀ
– ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଵୀରରାମଚନ୍ଦ୍ରପୁର ପଂଚାୟତରେ ସ୍ଥାନୀୟ ସରପଞ୍ଚଙ୍କ ମନମୁଖୀ ଆଚରଣ,ବିନା କୌଣସି ୱାର୍ଡସଭ୍ୟ ଓ ସଭ୍ୟାଙ୍କ ଉପସ୍ଥିତରେ ଏକ ପାଖିଆ ନିଜ କର୍ମୀଙ୍କୁ ନେଇ ବୈଠକ ପରିଚାଳନାରେ ଅତିଷ୍ଠ ହୋଇ ସରପଞ୍ଚଙ୍କ ବିରୁଦ୍ଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ। ନିୟମ ମୁତାବକ ସମସ୍ଥ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ଉପସ୍ଥିତ ରହିବା ପାଇଁ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଥିଲା। ୧୨ ଜଣ ୱାର୍ଡ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହିଥିବା ବେଳେ ତିନିଜଣ ଅନୁପସ୍ଥିତ ରହିଥିଲେ। ସ୍ଥାନୀୟ ସରପଞ୍ଚ ବର୍ଷାରାଣୀ ସେଠି ଉପସ୍ଥିତ ରହିଥିଲେ ମଧ୍ୟ ହଟାତ ଅସୁସ୍ଥ ହୋଇପଡ଼ିଥିଲେ । ସତ୍ୟବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ବିଡ଼ିଓ ଦେବାଶିଷ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ନିର୍ବାଚନରେ ୧୨ ଗୋଟି ଭୋଟ୍ ବର୍ଷାରାଣୀଙ୍କ ବିରୋଧରେ ଯିବାରୁ ଶେଷରେ ବର୍ଷାରାଣୀ ଅନାସ୍ଥା ଭୋଟରେ ପରାଜୟ ବରଣ କରିଥିଲେ । ବର୍ଷାରାଣୀ ବିଜେପି ସମର୍ଥିତ ହୋଇଥିବା ବେଳେ ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ବିଜୁଜନତା ଦକର ସମର୍ଥୀତ | ତେଣୁ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣି ପଂଚାୟତ ନିର୍ବାଚନ ପୂର୍ବରୁ ସତ୍ୟବାଦୀ ବ୍ଲକରେ ନିଜର ଦବଦବା ଜାହିର କରିଛି ବିରୋଧୀ ବିଜେଡି। ପୂର୍ବରୁ ଏହି ପଞ୍ଚାୟତରେ ଦୀପା ବେହେରା ସରପଞ୍ଚ ଭାବେ ବିଜୟୀ ହୋଇଥିଲେ। ଏକ ଦୁର୍ଘଟଣାରେ ତାଂକର ଦେହାନ୍ତ ହେବାରୁ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ସମର୍ଥିତ ପାର୍ଥି ବର୍ଷାରାଣୀ ସେଠି ବିଜୟୀ ହୋଇଥିଲେ। ବିଜେଡି ସମର୍ଥିତ ସରପଞ୍ଚ ପାର୍ଥିନି ପ୍ରତିମା ବେହେରାଙ୍କ ପରାଜୟ ତତ୍କାଳୀନ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପାଇଁ ବୁମେରାଙ୍ଗ ସାଜିଥିଲା । ପଂଚାୟତ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଅନାସ୍ଥା ଭୋଟରେ ବିଜେପି ସମର୍ଥିତ ସରପଞ୍ଚ ହାରିବା ଘଟଣା ଏବେ ସ୍ଥାନୀୟ ବିଧାୟକ ଓମପ୍ରକାଶ ମିଶ୍ରଙ୍କ ପାଇଁ ବୁମେରାଙ୍ଗ ସାଜିଛି।
