ରାସ୍ତା ମରାମତି ଦାବୀରେ ଧାରଣାରେ ବସିଲେ ସରପଞ୍ଚ , ସମିତି ସଭ୍ୟ ଏବଂ ଗ୍ରାମବାସୀ

ସୋର, ୯/୧୦: ବାଲେଶ୍ଵର ଜିଲ୍ଲା ସୋର ପୌର ପାଳିକା ଅନ୍ତର୍ଗତ ମୋବାରକପୁର ଠାରୁ କ୍ଷୀରକୋଣା ଭାୟା କେଦାରପୁର ହୋଇ ଯାଇଥିବା ୧୦ କିମି ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ଏନେଇ ଗତ ୨ବର୍ଷ ଧରି ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ଉକ୍ତ ରାସ୍ତାକୁ ମରାମତି କରାଯାଇନାହିଁ। ରାସ୍ତାର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ହେଉଥିବାରୁ ରାସ୍ତା ମରାମତି ହେବା

ଦାବିରେ ଆଜି ପୂର୍ବାହ୍ନରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କେଦାରପୁର ସରପଞ୍ଚ ସୁପ୍ରିୟା ଜେନା, ସମିତି ସଭ୍ୟ ରାଜେଶ ନାୟକ ଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଧାରଣାରେ ବସିଥିଲେ। ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ବିଭାଗୀୟ ଏସଡିଓ ଓ ଜେଇ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ରାସ୍ତା ମରାମତିର ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି ଧାରଣାରେ ପାରିଷଦ ରାଜେନ୍ଦ୍ର ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀକାନ୍ତ ଜେନା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *