243 ଜଣ ଛାତ୍ର ଓ ଛାତ୍ରୀ ଙ୍କ ପାଇଁ ଶିକ୍ଷକ ଅଛନ୍ତି ମାତ୍ର ଚାରିଜଣ

ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଅନ୍ତର୍ଗତ ନାୟକାନିଡ଼ିହି ଗ୍ରାମ ପଞ୍ଚାୟତର ବଳରାମପୁର ଗ୍ରାମରେ ଥିବା ବଳରାମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟି ସ୍ଥାପିତହୋଇ ଥିଲା 1914 ମସିହାରେ। ଆଜିକୁ ପ୍ରାୟ 110ବର୍ଷ ର ପୁରୁଣା ବିଦ୍ୟାଳୟ ଟିଏ। ଶ୍ରେଣୀ ପ୍ରଥମ ରୁ ଅଷ୍ଟମ ଯାଏ,ଆଜି ଏହି ବିଦ୍ୟାଳୟ ରେ ପାଠ ପଢୁଛନ୍ତି 243 ଜଣ ଛାତ୍ର ଓ ଛାତ୍ରୀ ମାନେ,ଶିକ୍ଷକ ଅଛନ୍ତି ଚାରିଜଣ। …ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପଢୁଛନ୍ତି ଗୋଟିଏ ଶ୍ରେଣୀ ଗୃହ ରେ, ଯାହା ଫଳରେ ପଦା ରେ ପାଠ ପଢ଼ୁଛନ୍ତି ଛାତ୍ର ଛାତ୍ରୀ ମାନେ,ଦୟନୀୟ ଅବସ୍ଥା.ଏଥିପ୍ରତି ନଜର ଅଛି ବିଭାଗୀୟ ଅଧିକାରୀଙ୍କ ନା ବିଭାଗୀୟ ମନ୍ତ୍ରୀଙ୍କର.ଏମାନଙ୍କର ଦୃଷ୍ଟି ନପଡ଼ିବା ଯୋଗୁ କୋମଳମତି ଛାତ୍ରଛାତ୍ରୀ ମାନେ ଗାଁ ପଦାରେ ପାଠ ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଅଛି.ଖାଲି ସେତିକି ନୁହେଁ ଦର୍ଶକ ବନ୍ଧୁ ବରଷା ପାଣି ହେଲେ ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନେ ଓଦା ହୋଇ ଗୋଟିଏ ଶ୍ରେଣୀରେ ଠିଆ ହୋଇ ଯାଆନ୍ତି, ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ କୁହନ୍ତି ବାରମ୍ବାର ଉଚ୍ଚ କର୍ତ୍ତ୍ତୃ ପକ୍ଷଙ୍କୁ ଜଣାଇ ଅଛୁ ହେଲେ ଏହାର ସମାଧାନ ହୋଇପାରିନାହଁ। ନିର୍ବାଚନ ଆସିଲେ ଭୋଟ ନେବା ପାଇଁ ସବୁ ଦଳରୁ ନେତା ଓ ମନ୍ତ୍ରୀ ମାନେ ଆସନ୍ତି କିନ୍ତୁ ବିଭିନ୍ନ ପ୍ରତିସୃତି ଦିଅନ୍ତି କିନ୍ତୁ ଭୋଟ ନେଇ ବିଜୟୀ ହୋଇ ସାରିବାପରେ ବଳରାମପୁର ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି ବୋଲି ନେତା ମନ୍ତ୍ରୀ ମାନେ ଭୂଲି ଯାଆନ୍ତି। ତେଣୁ ଏଦିଗରେ ସ୍ଥାନୀୟ ବିଧାୟକ ଓ ସରକାର ଏହା ଉପରେ ନଜର ଦେଇ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦେଖିବାକୁ ବାକି ରହିଲା ସରକାର ଏହା ଉପରେ କେବେ ନଜର ପକାଉଛନ୍ତି।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *