ବ୍ଲକ ସ୍ତରୀୟ ବିଜ୍ଞାନମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

lକବିସୂର୍ଯ୍ୟନଗର, (ତା 8/11/24) ଓଡିଶା ସରକାରଙ୍କ ସମଗ୍ର ଶିକ୍ଷା କ୍ଷେତ୍ରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ” ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ “କବିସୂର୍ଯ୍ୟନଗର ଏନଏସି ସ୍ଥିତ ଶ୍ରୀଚନ୍ଦ୍ରଶେଖର ହାଇସ୍କୁଲ ଠାରେ ବିଇଓ ଅଭିମନ୍ୟୁ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି l ପ୍ରାଥମିକ ସ୍କୁଲର 30,ଉଚ୍ଚ ପ୍ରାଥମିକ ସ୍କୁଲର 56 ଓ ମାଧ୍ୟମିକ ସ୍କୁଲର 35 ଜଣ ଏପରି ମୋଟ 121 ଟି ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା l ଏହାକୁ ଉଦଘାଟନ କରିଥିଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଖଲିକୋଟ ଆରସିଏମ କଲେଜ ର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ସ୍ୱାଇଁ,ସାଙ୍ଗଠନିକ ସମ୍ପାଦକ ପ୍ରଧାନ ଶିକ୍ଷକ ମିହିର କୁମାର ଶତପଥୀ, ସଂମାନିତ ଅତିଥି ବିଡ଼ିଓ ସାଗରୀକା ଷଢଙ୍ଗୀ,ଏବିଇଓ ରବି ନାରାୟଣ ବେହେରା, ମାଧବ ଚନ୍ଦ୍ର ମାଝୀ, ପ୍ରାକ୍ତନ ଏବିଇଓ ନିରଞ୍ଜନ ସାହୁ ପ୍ରମୁଖ ମଂଚାସୀନ ଅତିଥି ଥିଲେ l 121 ଟି ପ୍ରକଳ୍ପକୁ ବୁଲି ଦେଖିଥିଲେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ l ଉକ୍ତ 121 ଟି ପ୍ରକଳ୍ପ ତନ୍ନ ତନ୍ନ କରି ପଚାରି ବୁଝିଥିଲେ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ବ୍ରହ୍ମପୁର ନୀଳକଣ୍ଠ ଶିଶୁ ବିଦ୍ୟା ମନ୍ଦିରର ରାସାୟନିକ ବିଜ୍ଞାନ ଅଧ୍ୟାପକ ଯଟେଶ୍ୱର କର, ଆସ୍କା ବିଜ୍ଞାନ କଲେଜ ର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଲଷ୍ମୀକାନ୍ତ ଷଢଙ୍ଗୀ ଓ କବିସୂର୍ଯ୍ୟ ବଳଦେବ ବିଜ୍ଞାନମ ମହାବିଦ୍ୟାଳୟ ର ଗଣିତ ଅଧ୍ୟାପକ ସୁଦାମ ଚରଣ ପରିଡା l

Leave a Reply

Your email address will not be published. Required fields are marked *