ଶ୍ରୀ ଜଗନ୍ନାଥ ଙ୍କ ସ୍ନାନ ଯାତ୍ରା ସମ୍ବନ୍ଧୀୟ ଆଲୋଚନା ଚକ୍ରଶ୍ରୀ ଜଗନ୍ନାଥ ଙ୍କ ସ୍ନାନ ଯାତ୍ରା ସମ୍ବନ୍ଧୀୟ ଆଲୋଚନା ଚକ୍ର

ଶ୍ରୀ ଜଗନ୍ନାଥ ଙ୍କ ସ୍ନାନ ଯାତ୍ରା ସମ୍ବନ୍ଧୀୟ ଆଲୋଚନା ଚକ୍ରଶ୍ରୀ ଜଗନ୍ନାଥ ଙ୍କ ସ୍ନାନ ଯାତ୍ରା ସମ୍ବନ୍ଧୀୟ ଆଲୋଚନା ଚକ୍ର ଶ୍ରୀକ୍ଷେତ୍ରାଧୂପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ଙ୍କ ସ୍ନାନଯାତ୍ରା ସମ୍ପର୍କ ରେ ଏକ ଆଲୋଚନା ଚକ୍ର ନେବଳ ଦାସ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ କୁ ମହାମଣ୍ଡଳେଶ୍ୱର ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପାପୁଡ଼ିଆ ମଠ ଉଦଘାଟନ କରିଥିଲେ । ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, କୁଳପତି ଓଡ଼ିଆ ବିଶ୍ୱବିଦ୍ୟାଳୟ, ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ସ୍ନାନଯାତ୍ରା ମହାପ୍ରଭୁଙ୍କ ଜନ୍ମ ଦିବସ ଓ ପ୍ରଥମ ଯାତ୍ରା ଭାବେ ଗ୍ରହଣ କରାଯାଇଛି।ମୁଖ୍ୟ ବକ୍ତା ଭାବେ ଡକ୍ଟର ରାମ ଚରଣ ଦାସ କହିଲେ ଯେ ଭଗବାନ ବିଷ୍ଣୁଙ୍କ ଏକ ଲୋମ ରୁ ମହାଦାରୁ ପ୍ରକଟ ହୋଇ ଯାହା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଭାବେ ପ୍ରକଟିତ ହୋଇଥିଲେ ବୋଲି ମତ ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ତଳିଚ୍ଛ ନୀଳକଣ୍ଠ ମହାପାତ୍ର କହିଲେ ଯେ ସମସ୍ତ ତୀର୍ଥ ମାନଙ୍କ ରୁ ଜଳ ସଂଗୃହୀତ କରି ସ୍ନାନ ହେବା ଆବଶ୍ୟକ।ପ୍ରାରମ୍ଭରେ ପ୍ରତିଷ୍ଠାନର ସମ୍ପାଦକ ପଣ୍ଡିତ ଦୟାନିଧି ପଣ୍ଡା ଅତିଥି ପରିଚୟ ସହ ସ୍ନାନ ଯାତ୍ରାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଭାପତି ଡକ୍ଟର ବଳରାମ ଦାଶ ଗଜବେଶର ମହତ୍ତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ମହନ୍ତ ଅଭିରାମ ଦାସ, ଡକ୍ଟର ଦୟାନିଧି ତ୍ରିପାଠୀ, ଅନାମ ଚନ୍ଦ୍ର ସାହୁ, ମନୋଜ ରଥ, ଭଗବାନ ସୁଆର, ପଦ୍ମନାଭ ତ୍ରିପାଠୀ ଯୋଗଦେଇ ୧୦୮ ଗଡୁ ଜଳର ମହତ୍ତ୍ୱ, ମହାସ୍ନାନ, ସୁନା କୂପର ମହତ୍ତ୍ୱ ଉପରେ ବିଶେଷ ଆଲୋଚନା କରିଥିଲେ। ଏ ଅବସରରେ “ଭାବମନ୍ଥନ” ପୁସ୍ତକର ଶୁଭ ଉନ୍ମୋଚନ ହୋଇଥିଲା।ଏ ସଭାରେ ଶିବ ସୁନ୍ଦର ମିଶ୍ର ସଂଯୋଜନା କରିଥିବା ବେଳେ ଶ୍ୟାମସୁନ୍ଦର ହାଲଦାର, ଘନଶ୍ୟାମ ସାହୁ, ପ୍ରଶାନ୍ତ ପାତ୍ର, ଜ୍ୟୋତି ଶଙ୍କର ଓ ପ୍ରାତଃ ଭଜନ ମଣ୍ଡଳୀ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।ଅନୁଷ୍ଠାନ ସମ୍ପାଦକ ପଣ୍ଡିତ ଦୟାନିଧି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *