ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଶ୍ରୀ ଅମିତ ଶାହ

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଶ୍ରୀ ଅମିତ ଶାହମାନବସେବାର ୨୫ ବର୍ଷର ଗୌରବମୟ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟଏହି ନୂତନ ଅଧ୍ୟାୟ ସେବାକୁ ଆହୁରି ବିସ୍ତାର କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଉପକୃତ କରିବକେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଦିଲ୍ଲୀର ସାକେତସ୍ଥିତ ମ୍ୟାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନକୁ ଉଦ୍‌ଘାଟନ କରିଛନ୍ତି।‘ଏକ୍ସ’ର ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି, “ଦିଲ୍ଲୀର ସାକେତରେ ମ୍ୟାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ସୌଧର ଉଦଘାଟନ କଲି। ଏହି ନୂତନ ସୁବିଧା ଡାକ୍ତରଖାନା ଶୃଙ୍ଖଳାର ୨୫ ବର୍ଷର ସେବା ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଚିହ୍ନିତ କରେ, ଯେଉଁଥିରେ ଏହା କେବଳ ଗତ ବର୍ଷ ୩.୬୦ ଲକ୍ଷ ଲୋକଙ୍କୁ ୨୪୪ କୋଟି ମୂଲ୍ୟର ଅତ୍ୟାଧୁନିକ ମାଗଣା ଚିକିତ୍ସା ସେବା ପ୍ରଦାନ କରିଥିଲା। ଏହି ନୂତନ ଯୋଗଦାନ ଏହି ସେବାଗୁଡ଼ିକୁ ଆହୁରି ବିସ୍ତାର କରିବ, ଅଧିକ ଲୋକଙ୍କୁ ଉପକୃତ କରିବ ।’’

Leave a Reply

Your email address will not be published. Required fields are marked *