ସାମ୍ବାଦିକ ସିମାଞ୍ଚଳ ସାହୁ ଙ୍କ ବିୟୋଗରେ ପ୍ରେସକ୍ଳବ ବ୍ରହ୍ମପୁର ପକ୍ଷରୁ ଶୋକସଭା ଅନୁଷ୍ଠିତ
ବ୍ରହ୍ମପୁର :-୧୦/୦୯ (lଫୋଟ ସାମ୍ବାଦିକ ସିମାଞ୍ଚଳ ସାହୁ ଗତ ୬ ତାରିଖରେ ପରଲୋକ ଗମନ କରିଥିଲେ । ସେନେଇ ମଙ୍ଗଳବାର ପ୍ରେସ କ୍ଲବ ବ୍ରହ୍ମପୁର ପକ୍ଷରୁ ପ୍ରେସ କ୍ଳବ୍ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି। ସମ୍ପାଦକ ପ୍ରହଲ୍ଲାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ଓ ଯୁଗ୍ମ ସମ୍ପାଦକ ଡି ଗୋପାଳ କ୍ରିଷ୍ଣା ରେଡ୍ଡୀଙ୍କ ଉପସ୍ଥିତିରେ ସହରର ବହୁ ସାମ୍ବାଦିକଙ୍କ ଗହଣରେ ସିମାଞ୍ଚଳଙ୍କ ବିୟୋଗରେ ଦୁଇ ମିନିଟ ଶୋକ ପ୍ରକାଶ କରାଯାଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ଦାସ, ନାଗେଶ୍ଵର ପୃଷ୍ଟି, ସମୀର ଆଚାର୍ଯ୍ୟ, ମୃତ୍ୟୁଞ୍ଜୟ ସାହୁ, ଲଲାଟେନ୍ଦୁ ଚୌଧୁରୀଙ୍କ

ବହୁ ସାମ୍ବାଦିକ ମାନେ ସ୍ବର୍ଗତ ସୀମା ଭାଇଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳ ପଟ୍ଟନାୟକ, ମୃତ୍ୟଞ୍ଜୟ ସାହୁ,ଦୀପକ ପଣ୍ଡା,ହିମାଂଶୁ ଶେଖର ସାବତ, ସିମାଞ୍ଚଳ ସାହୁ, ଅମର ଦାସ, ଜଗନ୍ନାଥ ପଣ୍ଡା, କିରଣ ମିଶ୍ର, ମାନସ ବିଷୋୟୀ, ଶାନ୍ତନୁ ରଣା, ଅଭିଜିତ କର, ବିକେ ବିଶାରଦ, ଲଡୁ କିଶୋର, ଗୌରୀ ଶଙ୍କର ମିଶ୍ର, ଚିକୁ ପ୍ରତିନିଧି, ପିତାମ୍ବର ନାହାକ, ମନୋଜ ପାତ୍ର, ସୁରଥ ସାର୍, ବନିତା ସାହୁ, ପ୍ରଶାନ୍ତ ଜେନା, ଶୁଭେନ୍ଦୁ ସାହୁଙ୍କ ସମେତ ଅନ୍ୟ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।
