ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ କ୍ରୀଡ଼ା ପ୍ରତିଯୋଗିତାଅନୁଷ୍ଠିତ।

ପୁରୀ ୨୭/୧୧ ପୁରୀ ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଦିବସ ଉତ୍ସବ ଆସନ୍ତା ୩ ତାରିଖରେ ଟାଉନହଲ ଠାରେ ଅନୁଷ୍ଠିତ ହେବ। ଏହା ର ଅବ୍ୟବହିତ ପୂର୍ବରୁ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭିନ୍ନକ୍ଷମ କ୍ରୀଡ଼ା ବିତ ମାନଙ୍କ ମଧ୍ୟରେ ଏକ କ୍ରୀଡ଼ା ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା। ଏହାକୁ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ କ୍ରୀଡାବିତ୍ ମାନେ ପ୍ରତିଯୋଗିତାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଅନୁଷ୍ଠାନ ର ଗୌରବ ବୃଦ୍ଧି ରେ ସହାୟକ ହେବେ ବୋଲି ଆଶା ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନମିତା ଚାନ୍ଦ ନାୟକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ ଓ ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।

ଏହି ପ୍ରତିଯୋଗିତା ରେ ଜିଲ୍ଲା ରେ କାର୍ଯ୍ୟକ୍ଷମ ସ୍ବତନ୍ତ୍ର ବିଦ୍ୟାଳୟ ଯଥା ଡେଲାଙ୍ଗ ର ଆଭା,କଣାସ ର ନୀଳାଚଳ ସେବା ପ୍ରତିଷ୍ଠାନ,ଗୋପ ର ବାଙ୍ଗର ଆଇଆଇସି,ମା ଭଗବତୀ ସେବା ସଂଘ ଓଗାଳପୁର, ପତିତପାବନ ସେବା ସଂଘ ନିମାପଡ଼ା ଅନୁଷ୍ଠାନ ର ଅନ୍ତେବାସୀ ମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ରେ ୧୦୦ ମିଟର ଦୌଡ, ସଟପୁଟ ଓ ସଫ୍ଟ ବଲ ଥ୍ରୋ କ୍ରୀଡ଼ା ପ୍ରତିଯୋଗିତା ରେ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ। ଏହି ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଡିସେମ୍ବର ୩ ତାରିଖ ଭିନ୍ନକ୍ଷମ ଦିବସ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *