ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଆନ୍ତର୍ଜାତୀୟ ଆଭାସୀ ଆଲୋଚନା ଚକ୍ର
ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଆନ୍ତର୍ଜାତୀୟ ଆଭାସୀ ଆଲୋଚନା ଚକ୍ର ।
ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ “ଶ୍ରୀଜଗନ୍ନାଥ ମହିମା ” ଶୀର୍ଷକ ଆଲୋଚନା ଚକ୍ରରେ ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ ପୌରହିତ୍ୟ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ସର୍ବ ପ୍ରଥମେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସର ପୁରୀର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଶହରେକୃଷ୍ଣ ମହାପାତ୍ର ଯୋଗ ଦେଇ ଆଶିର୍ବାଚନ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଡା. ଚଂଚଲ ସାହୁ ଯୋଗ ଦେଇ ଶ୍ରୀ ଜଗନ୍ନାଥ ମହିମା ଶାସ୍ତ୍ର ଓ ଲୋକ କଥାରେ କିପରି ବର୍ଣ୍ଣନା କରାଯାଇଛି, ଶ୍ରୀଜଗନ୍ନାଥ ଶବ୍ଦର ସୃଷ୍ଟି, ମନ୍ଦିରରେ ଉପାସନା ତଥା ଶ୍ରୀଜୀଉ ମାନଙ୍କର ତତ୍ତ୍ଵକୁ ବିଷଦ ଆଲୋଚନା କରିଥିଲେ। ଆହୁରି ମଧ୍ୟ ମହାପ୍ରଭୁ ଭକ୍ତ ସହ ନୀଳାଚଳରେ କିପରି ଲୀଳା କରୁଅଛନ୍ତି ଓ ଲୀଳା ମାଧ୍ୟମରେ ତାଙ୍କର ମହିମା କିପରି ବିସ୍ତାର ଲାଭ କରିଛି ସେ ସମନ୍ଧରେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଗୌରପ୍ରିୟା ଦାଶ, ବିଶିଷ୍ଟ ସମାଜସେବୀ ଡଃ ନାରାୟଣ ମହାପାତ୍ର, ପ୍ରଫେସର ସାବିତ୍ରୀ ଶତପଥୀ, ଡଃ ବଳରାମ ଦାଶ, ଇଂ ବିଜୟ କୁମାର ପଣ୍ଡା, ଶ୍ରୀ ଅତୁଲ୍ ଶର୍ମା, ଶ୍ରୀଶମ୍ଭୁ ସିଂ, ଇଂ ସୁଭେନ୍ଦୁ ସାମଲ, ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ,ତଃ ଅଜିୟାନନ୍ଦ ସାହୁ, କାର୍ତ୍ତିକ ସାହୁ, କୃଷ୍ଣ ପ୍ରିୟା ସାହୁ, ବୁଦ୍ଧଦେବ ଚକ୍ରବର୍ତ୍ତୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଜଗନ୍ନାଥ ଭକ୍ତ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।ପୁରୀରୁ ପଣ୍ଡିତ ସୌମ୍ୟ ପ୍ରିତମ ଦାଶ ବୈଦିକ ମଙ୍ଗଳାଚରଣ କରିଥିଲେ l ଶ୍ରୀ ବିଜୟ କୁମାର ସାହୁ ଜୟ ଧନୀ ଦେଇଥିଲେ । ମହାରାଷ୍ଟ୍ରରୁ ଇଂ ଗୋପନାଥ ମିଶ୍ର ସଭା ପରିଚାଳନା କରିଥିଲେ l ପୁରୀରୁ କଣ୍ଠଶିଳ୍ପୀ ଶ୍ରୀମତୀ ହରପ୍ରିୟା ରଥ ଭକ୍ତି ସଂଗୀତ ପରିବେଷଣ କରିଥିଲେ, ସୁଶ୍ରୀ ଅପର୍ଣ୍ଣା ରଥ ଜଗନ୍ନାଥଷ୍ଟକ ଗାନ କରିଥିଲେ। ସଂପାଦକ ଡ. ଶଶିକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
