ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ

ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।

ଗଣିଆ – ବିଧାୟକ ହେବ ତ ଏମିତି । ସରକାରୀ ଦଳରେ ନାହାନ୍ତି ସତ କିନ୍ତୁ ବିରୋଧି ଦଳର ବିଧାୟକ ଭାବେ ଲୋକପ୍ରିୟତା ଯେତିକି ବଢିଛି ଶାସକ ଦଳର ନେତା ପଛରେ ପଡି ଯାଇଛନ୍ତି । ଜନସାଧାରଣଙ୍କ ହିତ ପାଇଁ ଦିନ ତମାମ ନିଜ ନିର୍ବାଚନ ମଣ୍ଡଳୀର ସୁଖଦୁଃଖ ବୁଝୁଥିବା ଜନପ୍ରିୟ ନେତା ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ଶାସକ ଦଳରେ ଥିବା ବେଳେ ଯେଉଁ ଭଳି ନିଷ୍ଠା ଏବଂ ସଚ୍ଚୋଟତାର ସହିତ ଜନତାଙ୍କ ସେବା କରୁଥିଲେ ଆଜି ବିରୋଧି ଦଳର ବିଧାୟକ ହୋଇ ମଧ୍ୟ ସେଭଳି ନିଷ୍ଠାର ସହିତ ନିଜ କାର୍ଯ୍ୟ କରି ଚାଲିଛନ୍ତି । ସେଥିପାଇଁ ତ ଦଶପଲ୍ଲାରେ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଗତକାଲି ଗଣିଆ ବ୍ଳକ ଡଙ୍କାରିସାହିରେ ଚୂଲିନିଆରୁ ଅଗ୍ନିକାଣ୍ଡ ଘଟି ରୋହିତ ସେଠୀଙ୍କର ନଗଦ ୬୦ ହଜାର ଟଙ୍କା ସହିତ ୨ ଲକ୍ଷ ଟଙ୍କାର ଆସବାବପତ୍ର ଜଳି ପୋଡ଼ି ଛାରଖାର ହୋଇଯାଇଥିଲା । ଘଟଣା ଘଟିବାର ୨୪ ଘଣ୍ଟା ନପୁରୁଣୁ ବିଧାୟକ ଶ୍ରୀ ବେହେରା ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚି ତାଙ୍କୁ ସହାୟତା ପ୍ରଦାନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ପ୍ରଦାନ କରିଛନ୍ତି । ପରିବାର ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଲୁଗାପଟା ଆଦି ପ୍ରଦାନ କରିଛନ୍ତି । ବିପଦ ସମୟରେ ଜଣେ ବିଧାୟକ ନୁହେଁ ଜଣେ ଭାଇ ହିସାବରେ ମୋର କର୍ତ୍ତବ୍ୟ କରିଛି ବୋଲି ସେ ପ୍ରକାଶ କରିଛନ୍ତି । ବିଧାୟକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରିବା ସହିତ ବିଧାୟକ ହେବ ତ ଏମିତି ବୋଲି ଲୋକେ କହୁଛନ୍ତି । ଅନ୍ୟମାନଙ୍କ ଭଳି କଥାରେ ବିଶ୍ବାସ ନକରି କାମରେ ବିଶ୍ବାସ କରୁଥିବା ବିଧାୟକଙ୍କର ଉନ୍ନତି କାମନା କରିଛନ୍ତି ଅଗ୍ନି ବିପନ୍ନ ପରିବାର । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବ୍ଳକ ବିଜୁ ଜନତା ଦଳର ସଭାପତି ସଦାଶିବ ମିଶ୍ର, ପୂର୍ବତନ ବ୍ଳକ ସଭାପତି ମହେଶ୍ୱର ମହାରଣା, କିଶୋର ପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ବେହେରାଙ୍କ ସମେତ ବିଜୁ ଜନତା ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ ଗଣିଆ।

Leave a Reply

Your email address will not be published. Required fields are marked *